ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଅସ୍ପୃଶ୍ୟତା ଭଳି ଅନ୍ଧବିଶ୍ୱାସରେ ମାନବିକତା ବଳି ପଡିଛି । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଯୁଗରେ ବି ଲୋକେ ଏହାକୁ ଜାବୁଡି ଧରିଛନ୍ତି । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । କୁÂ ରୋଗ ସନେ୍ଦହରେ ବ୍ଲକର ବି.ମାଳିଗୁଡା ଗାଁ ପରଜା ସାହିର ଜଣେ ମହିଳାଙ୍କୁ ବାସନ୍ଦ କରାଯାଇଛି । ଗାଁ ଲୋକଙ୍କ ଚାପରେ ଆପଣା ଲୋକ ବି ପରକରି ଦେଇଛନ୍ତି । ଗାଁଠାରୁ କିଛିଦୂର ରାସ୍ତାକଡରେ ପଡିଥିବା ହୁ୍ୟମ ପାଇପ୍ ଏବେ ମହିଳାଙ୍କ ବାସସ୍ଥାନ ପାଲଟିଛି । ରାସ୍ତାକଡ ଏକ ଗଛମୂଳେ ରୋଷେଇ କରି ଖାଉଛନ୍ତି । ଏହି ମହିଳା ହେଲେ ଗାଁର କମଳା ବିନ୍ଧାଣୀ(୬୫) । ଅନ୍ତଫାଡି ଜନ୍ମ ଦେଇଥିବା ମାଆକୁ ପୁଅ ବି ଘରୁ ତଡ଼ି ଦେଇଛନ୍ତି ।
ସୂଚନା ଅନୁସାରେ, ଚାରି ବର୍ଷ ତଳେ କମଳାଙ୍କ ସ୍ୱାମୀଙ୍କର ମୃତୁ୍ୟ ହୋଇଛି । ସ୍ୱାମୀଙ୍କ ମୃତୁ୍ୟ ପରେ ପୁଅବୋହୂଙ୍କ ପାଖରେ କମଳା ରହୁଥିଲେ । ଗତ ୪ ମାସ ତଳେ କମଳା ଜଙ୍ଗଲରୁ ଦାନ୍ତକାଠି ସଂଗ୍ରହ କରିବାକୁ ଯାଇଥିଲେ । ଫେରୁଥିବାବେଳେ କଣ୍ଟାବାଜି କମଳାଙ୍କ ବାମ ପାଦର ମଝିରେ ଥିବା ଦୁଇଟି କ୍ଷତ ହୋଇଥିଲା । କିଛିଦିନ ପରେ ଏହା ସଂକ୍ରମିତ ହୋଇଥିଲା । ଚିକିତ୍ସା ଅଭାବରୁ ଆଙ୍ଗୁଠି ଦୁଇଟି ଆପେଆପେ ପାଦରୁ ଝଡିପଡିଲା । ଏହାକୁ ଦେଖି ସାହିଲୋକେ କମଳାଙ୍କୁ କୁÂ ହୋଇଥିବା ସନେ୍ଦହ କରିଥିଲେ । ସାହିରୁ କମଳାଙ୍କୁ ବାସନ୍ଦ କରିବାକୁ ଲୋକେ ତାଙ୍କ ପୁଅବୋହୂ ଉପରେ ଚାପ ପକାଇଥିଲେ । ଶେଷରେ ପୁଅ ଓ ବୋହୂ ବାଧ୍ୟହୋଇ କମଳାଙ୍କୁ ଘରୁ ବାହାର କରି ଦେଇଥିଲେ । ସେବେଠାରୁ ପ୍ରାୟ ୪ ମାସ ହେବ କମଳା ଗାଁଠାରୁ କିଛି ଦୂରରେ ପରିତ୍ୟକ୍ତ ହୋଇ ପଡିଥିବା ଏକ ହୁ୍ୟମ ପାଇପ୍ ମଧ୍ୟରେ ରହୁଛନ୍ତି । ପାଇପ୍ ଉପରେ ଏକ ପାଲ ଟାଣି ଶୀତ କାକରରୁ ନିଜକୁ ରକ୍ଷା କରୁଛନ୍ତି । ପାଖରେ ଥିବା ଏକ ଗଛମୂଳେ ଯାହା ଯେମିତି ରୋଷେଇ ଗଣ୍ଡେ କରି ଖାଉଛନ୍ତି । କମଳାଙ୍କ ନାମରେ ରେସନକାର୍ଡ ଥିବାରୁ ଟଙ୍କିକିଆ ଚାଉଳ ଓ ସରକାରୀ ଭତ୍ତା କିଛି ମିଳୁଛି । ଆଶ୍ଚର୍ଯ୍ୟର କଥା କମଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନକରି ତାଙ୍କୁ କୁÂ ହୋଇଥିବା ପ୍ରଚାର କରାଯାଇଥିବା ଜଣାପଡିଛି । ଗାଁର ବଡବଡିଆ ମଧ୍ୟ ଏହା ଜାଣି ନୀରବ ରହୁଥିବା ଦେଖିବାକୁ ମିଳିଛି । ଏପରିସ୍ଥଳେ, ଜିଲ୍ଲାପ୍ରଶାସନ ଏହି ଅସହାୟ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ତାଙ୍କର ସୁରକ୍ଷା ପ୍ରତି ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି ।
Comments are closed, but trackbacks and pingbacks are open.