ହୋମ୍ଗାର୍ଡଙ୍କ ଆକ୍ରମଣରେ ଯୁବକ ଆହତ

Get real time updates directly on you device, subscribe now.

ସୋର: କାର୍ୟ୍ୟରତ ହୋମଗାର୍ଡଙ୍କ ଆକ୍ରମଣରେ ଜଣେ ଯୁବକ ଆହତ ହୋଇଥିବା ଅଭିଯୋଗ ହୋଇଛି । ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳରେ ଏଭଳି ଘଟଣା ଘଟିଛି ।
ସୂଚନା ବାଲେଶ୍ବର ଜିଲ୍ଲା ପୁରସ୍ତମପୁର ଗାଁର କମଳାକାନ୍ତ ବେହେରାଙ୍କ ପୁଅ ଦୀନବନ୍ଧୁ ରାତିରେ ବାସୁଳୀ ମନ୍ଦିରରୁ ଫେରୁଥିବା ବେଳେ ହୋମଗାର୍ଡ ଜଗବନ୍ଧୁ ବାରିକ ତାଙ୍କୁ ଅଟକାଇ ବିଳମ୍ବିତ ରାତି ଯାଏଁ ବୁଲୁଥିବାର କାରଣ ପଚାରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ହୋମଗାର୍ଡ ଜଗବନ୍ଧୁ ବାରିକ ତାଙ୍କୁ ଏକ କଂକ୍ରିଟ ପଥରରେ ଆକ୍ରମଣ କରିଥିଲେ । ଦୀନବନ୍ଧୁଙ୍କ ମୁଣ୍ଡ, ଆଖିପତା, ଗାଲ ଓ ଛାତିରେ ଗଭୀର ଆଘାତ ଲାଗିଥିଲା ।
ଦୀନବନ୍ଧୁଙ୍କ ଦାଦା ରାଜେନ୍ଦ୍ର ମଧ୍ୟ ପହଞ୍ଚି ଉଭୟଙ୍କୁ ବୁଝାସୁଝା କରିଥିଲେ । ମାତ୍ର ହୋମଗାର୍ଡ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଏଥିରେ ଦୀନବନ୍ଧୁ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏ ନେଇ ଖଇରା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons