ହୋଲିକା ଦହନରେ ଅଘଟଣ:ନିଅାଁରେ ପଡ଼ିି ମଦ୍ୟପ ଗୁରୁତର

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ହୋଲିକା ଦହନ ଉତ୍ସବରେ ନିଆଁକୁ ଡେଇଁଲେ ମଦ୍ୟପ ଯୁବକ । ତାଙ୍କ ଶରୀରରେ ନିଆଁ ଲାଗିଯିବାରୁ ହେଲେ ଗୁରୁତର । ଏଭଳି ଏକ ଅଭାବନୀୟ ଦୃଶ୍ୟ ଗତ ରବିବାର ରାତିରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଦଳବେଡା ପଞ୍ଚାୟତ ବନାମହୁଲ ଗାଁରେ ଦେଖିବାକୁ ମିଳିଛି । ଯୁବକ ହେଲେ ଗାଁର ଯାଦବ ମାଝିଗ(୩୦) । ନିଆଁରେ ତାଙ୍କ ଶରୀରର ୫୦ ପ୍ରତିଶତ ପୋଡିଯାଇଛି । ଚିକିତ୍ସା ପାଇଁ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଗତ ରବିବାର ଦୋଳପୂର୍ଣ୍ଣିମା ଅବସରରେ ଏହି ଘଟଣା ଘଟିଛି । ଗ୍ରାମବାସୀ ଏକତ୍ରିତ ହୋଇ ପାରମ୍ପରିକ ବାଦ୍ୟ ବଜାଇ ନାଚଗୀତ କରିବା ସହ ହୋଲିକା ଦହନ ପାଇଁ ଗାଁ ଶେଷ ମୁଣ୍ଡରେ ଆୟୋଜନ କରିଥିଲେ । ଶୁଖିଲା କାଠ ଏକାଠି ଗଦାଇ ପୂଜାର୍ଚ୍ଚନା କରିବା ସହ ଏଥିରେ ନିଆଁ ଲଗାଇଥିଲେ । ଉତ୍ସବ ଅବସରରେ ନିଆଁରେ ଚାଲିବା ବିଧି ଥିବାରୁ ପୂଜକ ଓ ଅନ୍ୟ କେତେକ ଶ୍ରଦ୍ଧାଳୁ ଏହି କାର୍ଯ୍ୟ ସମ୍ପନ୍ନ କରିଥାନ୍ତି । ବ୍ଲକର ପ୍ରତି ଗାଁରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । ବନାମହୁଲ ଗାଁରେ ହୋଲିକା ଦହନ କରାଯାଉଥିବାବେଳେ ଯାଦବ ନିଶାସକ୍ତ ଅବସ୍ଥାରେ ନିଆଁ ମଧ୍ୟକୁ ପଶିବାକୁ ଉଦ୍ୟମ କରିଥିଲେ । ଗ୍ରାମବାସୀ ଓ ପୂଜକଙ୍କ ବାରଣ ସତ୍ତେ୍ୱ ସେ ହୁ ହୁ ହୋଇ ଜଳୁଥିବା ନିଅାଁ ଭିତରକୁ ପଶି ଯାଇଥିଲେ । ଏଥିରୁ ତୁରନ୍ତ ବାହାରିବାକୁ ଚେଷ୍ଟା କରି ବାହାରି ପାରି ନଥିଲେ । ମଦ ନିଶାରେ ଥିବାରୁ ସେ ନିଆଁ ଉପରେ ପଡି ଯାଇଥିଲେ । ତାଙ୍କ ଶରୀରର ବିଭିନ୍ନ ଅଂଶରେ ନିଆଁ ଲାଗି ପୋଡି ଯାଇଥିଲା । ଉପସ୍ଥିତ ଗ୍ରାମବାସୀ ତୁରନ୍ତ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଚନ୍ଦାହାଣ୍ଡି ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତି କରିଥିଲେ । ଯାଦବଙ୍କୁ ନିଆଁରୁ ଉଦ୍ଧାର କରିବାବେଳେ ଆଉ କେତେଜଣ ମଧ୍ୟ ଏଥିରେ ସାମାନ୍ୟ ଆହତ ହୋଇଥିଲେ । ଯାଦବଙ୍କ ଅବସ୍ଥା ଗମ୍ଭୀର ଥିବାରୁ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କୋରାପୁଟ ପଠା ଯାଇଥିବା ଡାକ୍ତର ସଂଗ୍ରାମ କେଶରୀ ସାହୁ କହିଛନ୍ତି । ଏ ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons