ୟର୍କଶାୟାର ପକ୍ଷରୁ ଖେଳିବେ ଜେମିମା

Get real time updates directly on you device, subscribe now.

ମୁମ୍ବାଇ: ଭାରତୀୟ ମହିଳା କ୍ରିକେଟ୍ ଦଳର ଓପନର ଜେମିମା ରୋଡ୍ରିଗୁଏଜ ଖୁବ୍ ଶୀଘ୍ର ଇଂଲଣ୍ଡରେ ଖେଳିବାକୁ ଯାଉଛନ୍ତି । ସେ ମହିଳା କାଉଣ୍ଟି ଦଳ ୟର୍କଶାୟାର ଡାଏମଣ୍ଡ ପକ୍ଷରୁ କିଆ ସୁପର ଲିଗ୍ ଖେଳିବାକୁ ଚୁକ୍ତି କରିଛନ୍ତି । ଗତ ଫେବ୍ରୁଆରୀ ମାସରେ ଜେମିମା ଭାରତୀୟ ଦଳ ପକ୍ଷରୁ ପଦାର୍ପଣ କରିଥିଲେ । ଅନ୍ତର୍ଜାତୀୟ କ୍ରିକେଟ୍ରେ ତାଙ୍କ ପ୍ରଦର୍ଶନ ବେଶ୍ ଆକର୍ଷଣୀୟ ରହିଛି । ତାଙ୍କୁ ଭାରତୀୟ ମହିଳା କ୍ରିକେଟ୍ର ଭବିଷ୍ୟତ ରୂପେ ଗଣା ଯାଉଛି । ପୂର୍ବରୁ ଭାରତର ହର୍ମନପ୍ରୀତ କୌର ଓ ସ୍ମୃତି ମନ୍ଦନା କିଆ ସୁପର ଲିଗ୍ ଖେଳିସାରିଛନ୍ତି । ଜେମିମା ତୃତୀୟ ଭାରତୀୟ ଭାବେ ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଉଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons