ୟାଙ୍କ ପ୍ରେମ ତିନିକୋଣିଆ

Get real time updates directly on you device, subscribe now.

ଓଲିଉଡରେ ଯେତେ ଷ୍ଟାର୍ ଅଛନ୍ତି ଏ ସମସ୍ତଙ୍କ ଭିତରେ ଟିକେ ଭିନ୍ନ ଆଉ ଟିକେ ନିଆରା ହେଉଛନ୍ତି ଅଭିନେତା ଦେବରାଜ । କାହିଁକି ନା’ ୟାଙ୍କ ପ୍ରେମ ତିନିକୋଣିଆ । ଆଉ ତାଙ୍କ ଜାତକ କହୁଛି ସେ ତ୍ରିକୋଣୀୟ ପ୍ରେମରେ ହିଁ ବିଶ୍ୱାସ କରନ୍ତି । ସେଥିପାଇଁ ଓଲିଉଡକୁ ଏଣ୍ଟ୍ରି ମାରୁ ମାରୁ ପ୍ରେମରେ ପଡ଼ି କହିଲେ ‘ତୋ ପ୍ରେମରେ ପଡ଼ିଲା ପରେ’ । ଏହାପରେ ଦେବକୀ ଫିଲ୍ମସ ତାଙ୍କୁ ନେଇ ପ୍ରସ୍ତୁତ କଲା ସିନେମା ‘ଚାଲ୍ ଟିକେ ପ୍ରେମ କରିବା’ । ଏଥିରେ ତାଙ୍କ ବିପକ୍ଷରେ ଜଣେ ନୁହେଁ ଦୁଇ ଦୁଇଜଣ ନାୟିକା ସାଜିଲେ ଜଣେ ଚିନ୍ମୟୀ, ଆଉ ଜଣେ ଲିପ୍ସା । ସରୋଜକାନ୍ତଙ୍କ ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ପ୍ରେମ ଓ ବନ୍ଧୁତ୍ୱକୁ ନେଇ ଗତିଶୀଳ ଏହି ସିନେମା ରିଲିଜ୍ ନହେଉଣ ବାବୁ ଦେବରାଜ ଏବେ ଲୈଲା ମଜ୍ନୁ ଖେଳ ଖେଳୁଛନ୍ତି । ଆଜ୍ଞା, କଥା କ’ଣ କି ଦେବକୀ ଫିଲ୍ମସ୍ ଏବଂ ମାଝୀ ଏଣ୍ଟରଟେନ୍ମେଣ୍ଟ ମିଳିତ ଭାବେ ନିର୍ମାଣ କରୁଛନ୍ତି ଦ୍ୱିଭାଷୀ ଚଳଚ୍ଚିତ୍ର ‘ତୁ ଲୈଲା ମୁ ମଜ୍ନୁ’ । ଏଥିରେ ଦେବରାଜଙ୍କ ବିପକ୍ଷରେ ପୁଣିଥରେ ଚିନ୍ମୟୀ ତ ନଜର ଆସିବେ ଆଉ ତାଙ୍କ ସହ ଛତିଶଗଡ଼ର ନାୟିକା ଆନିକ୍ରିତି ଦେଖାଦେବେ । ଯାହାର ଶୁଟିଂ ଏବେ ଦ୍ରୁତ ଗତିରେ ଆଗେଇ ଚାଲିଛି । ଉଭୟ ଓଡ଼ିଆ ଏବଂ ଛତିଶଗଡ଼ୀ ଭାଷାରେ ନିର୍ମିତ ଏହି ସିନେମାର ନିର୍ଦ୍ଦେଶନା ଭାର ସମ୍ଭାଳୁଛନ୍ତି ଏସ୍. ଦିଲ୍ଲୀପ ପଣ୍ଡା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons