‘ୟାର ଗଦ୍ଧାର’

Get real time updates directly on you device, subscribe now.

ସାଇ ବିନାୟକ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଜାଗୃତି ମୁଭିଜ୍ ଦ୍ୱାରା ପ୍ରସ୍ତୁତି ହେଉଛି ଓଡ଼ିଆ ଚଳଚ୍ଚିତ୍ର ‘ୟାର ଗଦ୍ଧାର’ । ଏହାର କାହାଣୀ, ଚିତ୍ରନାଟ୍ୟ, ପ୍ରଯୋଜନା ଓ ନିଦେ୍ର୍ଧଶନା ଭାର ସମ୍ଭାଳିଛନ୍ତି ଜଗତ ରଞ୍ଜନ ମହାକୁଡ଼ । ସଂଳାପ ଲେଖିଛନ୍ତି ବିରଞ୍ଚି ସାମଲ । ସଙ୍ଗୀତ ସଂଯୋଜନା କରିଛନ୍ତି ବିକାଶ ଦାସ । ଗୀତ ଲେଖିଛନ୍ତି ବିରଞ୍ଚି ସାମଲ, ବିଜୟ ମଲ୍ଲ ଓ ବାପୁ ଗୋସ୍ୱାମୀ । ସିନେମାଟି ନିଚ୍ଛକ ପ୍ରେମ, ସଚ୍ଚୋଟ ବନ୍ଧୁତା, ପ୍ରତିଶୋଧ ଓ ଷଡ଼ଯନ୍ତ୍ରର କାହାଣୀ ଉପରେ ଆଧାରିତ । ମୁଖ୍ୟ ଚରିତ୍ରରେ ୨ନାୟକ ଓ ୩ନାୟିକା ଅଭିନୟ କରୁଛନ୍ତି । ରୋଶନ ନନ୍ଦ ଓ ସମ୍ବିତ କୁମାର ନାୟକ ଥିଲା ବେଳେ ନାୟିକା ସାଜିଛନ୍ତି ସୋନମ ଦାସ, ପ୍ରଜ୍ଞା ପ୍ରଧାନ ଓ ଗୁଡ୍ଲି । ଏମାନଙ୍କ ବ୍ୟତୀତ ଅନ୍ୟାନ୍ୟ ଚରିତ୍ରରେ ଅସିତ୍ ପତି, କୀର୍ତ୍ତି ମହାନ୍ତି, ଅଶୋକ ଦାସ, ପ୍ରିୟା, ସୁମନ, ରୋନୀ, ଆର୍କେ, ଲିପି, ଆରତୀ ପାଣି, ଆନ୍ଥୋନୀ ଥୋମାସ୍, ତାପସ ପାଢ଼ୀ, ଲମ୍ବୋଦର, ଡ. ଅକ୍ଷୟ ଏବଂ ଶିଶୁ କଳାକାର ପ୍ରିନ୍ସ ଓ ଲିପୁନ ଅଭିନୟ କରୁଛନ୍ତି । ସିନେମାରେ ଆସୋସିଏଟ୍ ନିଦେ୍ର୍ଧଶକ ଭୂମିକାରେ ଆଶୁତୋଷ ଦାସ(ବାବୁ ଦା’) ଥିଲାବେଳେ ପ୍ରଡକ୍ସନ ପରିଚାଳନା କରୁଛନ୍ତି ପ୍ରତାପ ବେହେରା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons