ୟୁପିରେ ବାୟୋଫୁଏଲ କମ୍ପେ୍ଲrର ଶିଳାନ୍ୟାସ:ଚାଷୀଙ୍କ ଆୟ ଦୁଇଗୁଣ ପାଇଁ ଐତିହାସିକ ପଦକ୍ଷେପ: ଧର୍ମେନ୍ଦ୍ର ପ୍ରଧାନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଉତ୍ତର ପ୍ରଦେଶର ଗୋରଖପୁରସ୍ଥିତ ଧୂରିଆପରଠାରେ ଆଜି ବାୟୋଫୁଏଲ୍ କମ୍ପେ୍ଲକ୍ସର ଶିଳାନ୍ୟାସ ଓ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଉଦ୍ଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଚାଷୀଙ୍କ ଆୟ ୨୦୨୨ ସୁଦ୍ଧା ଦୁଇଗୁଣ କରିବା ଦିଗରେ ଏହି ବାୟୋଫୁଏଲ କମ୍ପେ୍ଲr ଏକ ଐତିହାସିକ ପଦକ୍ଷେପ । ତାଙ୍କ କହିବାନୁଯାୟୀ ଗୋରଖପୁରରେ ୧୫୦ କୋଟି ଟଙ୍କା ବ୍ୟୟରେ ସିବିଜି (କମ୍ପେ୍ରସ୍ଡ ବାୟୋଗ୍ୟାସ) ପ୍ଲାଣ୍ଟ ଏବଂ ୯୦୦ କୋଟି ଟଙ୍କା ବ୍ୟୟରେ ଏକ ୨ଜି ଜୈବ ଇନ୍ଧନ ରିଫାଇନରି ନିର୍ମାଣ କରାଯାଇ ତାହାର ବିକାଶ କରାଯିବ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ କୃଷି ବର୍ଜ୍ୟ ଓ ଜୈବିକ ଆବର୍ଜନାକୁ ବ୍ୟବହାର କରି ପ୍ରତିଦିନ ୧୦୦ କିଲୋ ଲିଟର ଇଥାନଲ ଉତ୍ପାଦନ ହେବ । ଏହା ଦ୍ୱାରା କୃଷକଙ୍କ ଉତ୍ପାଦନ ବଢ଼ିବା ସହ ଯୁବକଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି ହେବ । ସେ କହିଛନ୍ତି ଯେ ପୂର୍ବାଞ୍ଚଳରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଅଭୂତପୂର୍ବ ସଫଳତାରୁ ଏଲପିଜି ଚାହିଦା ପୂରଣ ପାଇଁ ବଟଲିଂ ପ୍ଲାଣ୍ଟ ମଧ୍ୟ ଆଜି ଉଦ୍ଘାଟିତ ହୋଇଯାଇଛି । ଏହାଦ୍ୱାରା ପାଖାପାଖି ୧୧ ଜିଲ୍ଲାରେ ସ୍ୱଚ୍ଛ ଇନ୍ଧନ ପହଞ୍ଚିବା ସହଜ ହେବ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାଞ୍ଚଳର ମାଆ ଓ ଭଉଣୀମାନଙ୍କ ଊର୍ଜା ଗଙ୍ଗା ଯୋଜନାର ଦାବିକୁ ପୂରଣ କରିଛନ୍ତି । ଏହାଦ୍ୱାରା ଏବେ ସ୍ୱଚ୍ଛ ଇନ୍ଧନ ପାଇପ୍ଲାଇନ ମାଧ୍ୟମରେ ପହଞ୍ଚାଯିବ । ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons