ୟୁରିଆ ପାଇଁ ଲ୍ୟାମ୍ପ୍ସ ଘେରିଲେ ଚାଷୀ

Get real time updates directly on you device, subscribe now.

ନବରଙ୍ଗପୁର,(ବି.ବି.ନୁ୍ୟଜ୍): ୟୁରିଆ ପାଇଁ ଲ୍ୟାମ୍ପସ ଘେରିଲେ ଚାଷୀ । ଦୀର୍ଘ ସମୟ ପର୍ଯ୍ୟନ୍ତ ଉତ୍ତେଜନା ଲାଗିରହିଲା । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଥଣ୍ଡା ପଡିଲା । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ ସୋମବାର ଏଭଳି ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଲ୍ୟାମ୍ପସରେ ୟୁରିଆ ଗଚ୍ଛିତ ଥିବା ସତ୍ତେ୍ୱ ଚାଷୀଙ୍କୁ ଯୋଗାଣ ହୋଇପାରୁ ନଥିଲା । ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଲ୍ୟାମ୍ପସ୍ର ୪ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବାରୁ ଏହି ସମସ୍ୟା ଉପୁଜିଥିଲା । ଏଣେ ଚାଷୀମାନେ ସାର ନପାଇ ବଡ ଚିନ୍ତାରେ ଥିଲେ । ଏହାକୁ ନେଇ ଚାଷୀମାନେ ଲ୍ୟାମ୍ପସ ଘେରିବା ସହ ତୁରନ୍ତ ସାର ଯୋଗାଇ ଦେବାକୁ ଦାବି କରିଥିଲେ । ଖବର ପାଇ ଲ୍ୟାମ୍ପସ ସାନିଟାଇଜ୍ ପରେ ଆସନ୍ତା ମଙ୍ଗଳବାରରୁ ଚାଷୀଙ୍କୁ ସାର ଯୋଗାଇ ଦିଆଯିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବ୍ରଜ କିଶୋର ଲେଙ୍କା ସୂଚନା ଦେଇଥିଲେ । ପରେ ପରିସ୍ଥିତି ଥଣ୍ଡା ପଡିଥିଲା ।
ସୂଚନାଯୋଗ୍ୟ, ଜିଲ୍ଲାକୁ ଦ୍ୱିତୀୟ ପର୍ଯ୍ୟାୟରେ ୩ ହଜାର ୭୮୫ କୁଇଣ୍ଟାଲ ୟୁରିଆ ପହଞ୍ଚିଛି । ଚାଷୀଙ୍କୁ ଦେବା ଉଦେ୍ଧଶ୍ୟରେ ସାତଟି ଲ୍ୟାମ୍ପସକୁ ସାର ଯୋଗାଇ ଦିଆଯାଇଛି । ତେନ୍ତୁଳିଖୁଣ୍ଟି ଲ୍ୟାମ୍ପସକୁ ୫୮୫ କୁଇଣ୍ଟାଲ, ନବରଙ୍ଗପୁର ଲ୍ୟାମ୍ପସକୁ ୫ ଶହ କୁଇଣ୍ଟାଲ, ନନ୍ଦାହାଣ୍ଡି ଲ୍ୟାମ୍ପସକୁ ୫ ଶହ କୁଇଣ୍ଟାଲ, ଅଞ୍ଚଳଗୁମ୍ମା ଲ୍ୟାମ୍ପସକୁ
୫ ଶହ କୁଇଣ୍ଟାଲ, ପାପଡାହାଣ୍ଡି ଲ୍ୟାମ୍ପସକୁ ୫ ଶହ କୁଇଣ୍ଟାଲ ଓ କୋଡିଙ୍ଗା ଲ୍ୟାମ୍ପସକୁ ୫୫୦ କୁଇଣ୍ଟାଲ ସାର ଯୋଗାଣ ହୋଇଛି । ଚାଷୀମାନେ ସରକାରଙ୍କ ନିର୍ଦ୍ଧାରିତ ଦରରେ ଲ୍ୟାମ୍ପସରୁ ସାର କ୍ରୟ କରିବେ ବୋଲି ଶ୍ରୀ ଲେଙ୍କା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons