୧କୋଟି ୨୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ୮ଗିରଫ

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ): କୋରାପୁଟ ଜିଲ୍ଲାରୁ ଗୋଟିଏ ଦିନରେ ଦୁଇଟି ସ୍ଥାନରୁ ଜବତ କରାଯାଇଛି ୧ କୋଟି ୨୦ଲକ୍ଷ ଟଙ୍କାର ଗଞ୍ଜେଇ । ଏହି କାରବାରରେ ସମ୍ପୃକ୍ତ ୮ଜଣଙ୍କୁ ଗିରଫ କରାଯାଇଛି । ଗିରଫ ମାଫିଆମାନେ ହେଲେ ବିହାର ବrର ଜିଲ୍ଲା ସିମ୍ରି ଥାନା ଅଞ୍ଚଳର ଟ୍ରକ ଡ୍ରାଇଭର ସତ୍ୟନାରାୟଣ ଯାଦବ, ସଂଜୀବ କୁମାର ଠାକୁର ଏବଂ ପଟ୍ଟାଙ୍ଗି ଥାନା କରଞ୍ଜଗୁଡ଼ା ଗାଁର ମାଣିକ ଅଡ଼କଟିଆ, ବାବୁରାଓ ଖିଲ, ପଣ୍ଡେଉ ଗାଁର ରାଜେଶ ଅକଟିଆ, ଗୋରାଦୁସୁରା ବାରିକ, ସେମିଳିଗୁଡ଼ା ଥାନା ନେହରୁନଗରର ଆଦିତ୍ୟ ସାହୁ ଏବଂ ସୁନାବେଡ଼ା ଥାନା ଚର୍ଚ୍ଚ କଲୋନିର ନିକୋଦିନ ତୁରୁକ୍ । ପଟ୍ଟାଙ୍ଗି ଥାନା ଅଞ୍ଚଳରୁ ଅଭିନବ ଢ଼ଙ୍ଗରେ ପିଚୁ ଟ୍ୟାଙ୍କର ଓ ଅଦା ବୋଝେଇ ଟ୍ରକରେ ଏହି ଗଞ୍ଜେଇ ବିହାରକୁ ଚାଲାଣ ହେଉଥିଲା । ଗଞ୍ଜେଇ ପରିବହନରେ ବ୍ୟବହୃତ ଏକ ପିଚୁ ଟ୍ୟାଙ୍କର, ଗୋଟିଏ ଟ୍ରକ, ବୋଲେରୋ, କାର ଓ ବାଇକ୍କୁ ଜବତ କରାଯାଇଥିବା ପୁଲିସ କହିଛି । ୫୦ଟି ବ୍ୟାଗରେ ୧୭୫୨କେଜି ୨ଶହ ଗ୍ରାମ ଗଞ୍ଜେଇ ରହିଥିଲା । ଜବତ ଗଞ୍ଜେଇର ମୂଲ୍ୟ ୮୫ଲକ୍ଷରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ଜବତ ଟ୍ରକରୁ ଗଞ୍ଜେଇ ସହିତ ୩୫ କେଜି ଲେଖାଏଁ ଓଜନ ଥିବା ୧୨୬ ବ୍ୟାଗ ଅଦା ମଧ୍ୟ ଜବତ କରାଯାଇଥିବା ପୁଲିସ କହିଛି । ଟାଉନ ଥନାରେ ଏନେଇ ମାମଲା ରୁଜୁ କରାଯାଇ ୮ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ ଏକ ଘଟଣାରେ ସେମିଳିଗୁଡ଼ା ପୁଲିସ କୁତୁଗାଁ ଛକରୁ ଏକ ପିଚୁ ଟ୍ୟାଙ୍କରରୁ ୬୭୫ କେଜି ଗଞ୍ଜେଇ ଜବତ କରିଛି । ଏହାର ଅନୁମାନିକ ମୂଲ୍ୟ ୩୪ ଲକ୍ଷ ଟଙ୍କା ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons