୧୦ଫୁଟ ଲମ୍ବ ଅଜଗର ସାପ ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର

Get real time updates directly on you device, subscribe now.

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ କଖାଡା ପଞ୍ଚାୟତର ମନ୍ଦରୁନି ଗ୍ରାମରେ ଗତ କାଲି ରାତିରେ ଏକ ବଡ଼ ଧରଣର ଅଜଗର ସାପକୁ ଧରିବା ପରେ ଲୋକମାନେ ବନ ବିଭାଗକୁ ଖବର ଦେଇଥିଲେ ।
ଗତକାଲି ରାତିରେ କିଛି ଲୋକ ଚନ୍ଦନେଶ୍ବର ବଜାରରୁ ଫେରୁଥିବାବେଳେ ଏହି ଅଜଗର ସାପଟି ରାସ୍ତା ପାର ହେଉଥିଲା ।ଲୋକେ ଏତେବଡ ସାପଟିକୁ ଦେଖି ପାଟି କରି ଥିଲେ । ସ୍ଥାନୀୟ ଲୋକେ ଆସି ବାଡ଼ି ଓ ଠେଙ୍ଗା ଆଣି ସାପକୁ ଧରି ଏକ କୁଣ୍ଡରେ ରଖିଥିଲେ ।
ସାପକୁ ଧରିବାପରେ ଲୋକେ ବନବିଭାଗକୁ ଖବର ଦେଇଥିଲେ। ସାପକୁ ଦେଖିବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons