୧୦୦୦ କୁ୍ୟବିକ୍ ମିଟର ବାଲି ଜବତ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ): ରାୟଗଡ଼ା ତହସିଲ ପକ୍ଷରୁ ଆଜି ୧ହଜାର କୁ୍ୟବିକ୍ ମିଟର ବାଲି ଜବତ କରାଯାଇଛି । ଜେମାଦେଇପେଣ୍ଠ ରାଜସ୍ୱ ସର୍କିଲ ଖିଲିମିସିଗୁଡ଼ା ଘାଟ ନିକଟରେ ଚଢ଼ଉ କରାଯାଇ ଏହା ଜବତ କରାଯାଇଥିବା ସୂଚନା ମିଳିଛି । ଆଜି ତହସିଲଦାର ଉମାଶଙ୍କର ବେହେରା ଏବଂ ଅତିରିକ୍ତ ତହସିଲଦାର ସୁନୀଲ ଖରାଙ୍କ ନେତୃତ୍ୱରେ ବିଭାଗୀୟ ଏକ ଟିମ ଚଢ଼ଉ କରି ବାଲି ଜବତ କରିଥିଲେ ।
ଜବତ ସମ୍ପର୍କରେ ତହସିଲଦାର ଶ୍ରୀ ବେହେରା କହିଛନ୍ତି, ନାଗାବଳୀ ନଦୀ କୂଳର ଖିଲିମିସିଗୁଡ଼ା ଘାଟ ନିକଟରେ ବେଆଇନ ଭାବେ ବାଲି ଗଚ୍ଛିତ ଥିବା ସୂଚନା ମିଳିଥିଲା । ସେଠାରେ ଚଢ଼ଉ ହୋଇଥିଲା । ଚଢ଼ଉ ବେଳେ ୧ ହଜାର କୁ୍ୟବିକ୍ ମିଟର ବାଲି ରହିଥିବା ନଜରକୁ ଆସିଥିଲା । ପରେ ସମସ୍ତ ବାଲିକୁ ଜବତ କରାଯିବା ସହ ଲିଜଧାରୀ ଆପୁଡ଼ୁ ପୁଆଲାଙ୍କୁ ନୋଟିସ କରାଯାଇଛି । ତାଙ୍କଠାରୁ ଜରିମାନା ଆଦାୟ କରାଯିବ । ତେବେ ବାଲି କୁଆଡେ଼ ଯିବା ପାଇଁ ଗଚ୍ଛିତ ରହିଥିଲା ତାହା ଜଣାପଡ଼ିନାହିଁ । ଅପରପକ୍ଷରେ, ଜବତ ବାଲି ପଡେ଼ାଶୀ ଆନ୍ଧ୍ରପ୍ରଦେଶ ଚାଲାଣ ପାଇଁ ଗଚ୍ଛିତ ରଖାଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ପ୍ରାୟ ୩୦ଟି ଟ୍ରକ ଓ ଡମ୍ପରରେ ଏସବୁ ବାଲି ଆଜିରାତିରେ ଆନ୍ଧ୍ରପ୍ରଦେଶକୁ ଚାଲାଣ ହୋଇଥାଆନ୍ତା । ତେବେ ଏଥିପୂର୍ବରୁ ସମସ୍ତ ବାଲି ଜବତ ହୋଇଛି । ଆଜି ଆନ୍ଧ୍ରପ୍ରଦେଶକୁ ବାଲି ଚୋରାଚାଲାଣ ସମ୍ପର୍କରେ ଜଣାପଡିଥିଲା । ଆନ୍ଧ୍ରକୁ ଯାଉଛି ଦିନକୁ ୧୦୦ ଟ୍ରିପ୍ ବାଲି ଶୀର୍ଷକ ଖବର ପ୍ରକାଶ ପାଇବା ପରେ ଆଜି ପ୍ରଶାସନିକ ମହଲରେ ହଇଚଇ ସୃଷ୍ଟି ହୋଇଥିଲା । ଏଭଳିକି ଏହି ଖବରକୁ କିଛି ସ୍ୱେଚ୍ଛାସେବୀ ଟ୍ୱିିଟକରି ରାଜ୍ୟ ସରକାରଙ୍କୁ ଅବଗତ ମଧ୍ୟ କରାଇଥିଲେ । ପ୍ରକାଶିତ ଖବରକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ଏସମ୍ପର୍କରେ ଜିଲ୍ଲାପାଳ ସରୋଜକୁମାର ମିଶ୍ର କହିଛନ୍ତି ଯେ, ଆନ୍ଧ୍ରକୁ ବାଲି ଚାଲାଣ ରୋକିବା ନେଇ ଏକ ଏନଫୋର୍ସମେଣ୍ଟ ଟିମ୍ ଗଠନ କରାଯାଇଛି । ଲଗାତାର ଭାବେ ଏହି ସ୍ୱତନ୍ତ୍ର ଟିମ ଚଢ଼ଉକରି ଧରପଗଡ଼ କରିବେ । ତୁରନ୍ତ ଏହି କାର୍ଯ୍ୟ ଆରମ୍ଭ ହେବ । ଏଭଳିକି କିଛି ୱାଇ-ଫର୍ମ ଜାଲିଆତି କରାଯାଉଥିବା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ଏହାର ଅନୁସନ୍ଧାନ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର ପ୍ରତିଶ୍ରୁତି ଦେଇଛନ୍ତି ।
ପ୍ରକାଶଥାଉକି, ରାୟଗଡ଼ା ଜିଲ୍ଲାର ପ୍ରମୁଖ ନଦୀ ଗର୍ଭରୁ ପ୍ରତିଦିନ ବେଆଇନ ଭାବେ ବାଲି ଖନନ କରାଯାଇ ପଡେ଼ାଶୀ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଛି । ବଡ଼ ବଡ଼ ମାଲବାହୀ ଟ୍ରକ୍, ଡମ୍ପର ଏବଂ ଟ୍ରଲର୍ ଜରିଆରେ ୩୦ରୁ ୩୬ ସିଏମ ପର୍ଯ୍ୟନ୍ତ ବାଲି ଚାଲାଣ କରାଯାଉଛି । ଲିଜ୍ଧାରୀମାନେ ଏହି ବେଆଇନ କାର୍ଯ୍ୟ ବର୍ଷାଧିକ କାଳ ହେବ ଜାରି ରଖିଛନ୍ତି । ତହସିଲ କର୍ତ୍ତୃପକ୍ଷ ଏହା ଜାଣି ମଧ୍ୟ ନିରବଦ୍ରଷ୍ଟା ସାଜିଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons