୧୦୦ ବର୍ଷରେ ପାଦ ଥାପିଲା ଓଡ଼ିଆ ଖବର କାଗଜ ସମାଜ

Get real time updates directly on you device, subscribe now.

କଟକ: ୧୯୧୯ ମସିହାରୁ ୨୦୧୯। ଇତି ମଧ୍ୟରେ ଦୈନିକ ଖବରକାଗଜ ‘ସମାଜ’କୁ ଶହେ ବର୍ଷ ପୂରିଛି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ‘ସମାଜ’ କେବଳ ଏକ ଖବରକାଗଜ ହୋଇ ରହିନାହିଁ, ଓଡ଼ିଶାର ଜନଜୀବନର ଏକ ବିରାଟ ଆନ୍ଦୋଳନ ଭାବେ ଠିଆ ହୋଇଛି। ଶହେ ବର୍ଷ ଭିତରେ ଅନେକ ଖବରକାଗଜ ପ୍ରକାଶନ ହୋଇଛି। ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ କିଛି ପଥଭ୍ରଷ୍ଟ ହୋଇଥିବା ବେଳେ ଆଉ କିଛି ବନ୍ଦ ହୋଇଯାଇଛି। ହେଲେ ‘ସମାଜ’ ଏକ ମାଇଲ ଖୁଣ୍ଟ ହୋଇରହିଛି। ଶହେ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୬ ତାରିଖରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କଟକର ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମର ଅୟୋଜିତ ଶତବାର୍ଷିକୀ କାର୍ୟ୍ୟକ୍ରମରେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି। ତେବେ ଏହା ପୂର୍ବରୁ ‘ସମାଜ’ର ଶହେ ବର୍ଷ ପୂର୍ତ୍ତି ଉତ୍ସବ ଆରମ୍ଭ ହୋଇଛି।
ଚିର ନିଦ୍ରାରେ ଗୋପବନ୍ଧୁ
୧୯୧୯ ମସିହା ଅକ୍ଟୋବର ୪ ତାରିଖରେ ପୁରୀର ସତ୍ୟବାଦୀରୁ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରଥମେ ସାପ୍ତାହିକ ଭାବେ ପ୍ରକାଶିତ ହୋଇଥିଲା ‘ସମାଜ’। ଗୋପବନ୍ଧୁଙ୍କ ଇଚ୍ଛାଶକ୍ତି ଓ ସାଧାରଣ ଲୋକଙ୍କ ସହଯୋଗରେ କିଛି ବର୍ଷ ମଧ୍ୟରେ ପାଠକଙ୍କ ବେଶ ଆଦୃତ ହୋଇପାରିଥିଲା ଏହି ସାପ୍ତାହିକ। ଗୋପବନ୍ଧୁ ଦାସଙ୍କ ଇହତ୍ୟାଗ ପରେ ଖବରକାଗଜଟିକୁ ଲୋକସେବକ ମଣ୍ଡଳ ଅଧୀନକୁ ହସ୍ତାନ୍ତର କରାଯାଇଥିଲା। ଆଉ ସେହି ଦିନଠାରୁ ଏଯାଏଁ ‘ସମାଜ’ କାହା ବ୍ୟକ୍ତିଗତ ମାଲିକାନାରେ ନ ରହି ଲୋକସେବକ ମଣ୍ଡଳ ଦ୍ୱାରା ପରିଚାଳିତ ହୋଇଆସୁଛି।
୧୯୨୭ରେ କଟକ ନିମଚୌଡିଠାରେ ପ୍ରଥମେ ‘ସମାଜ’ କାର୍ୟ୍ୟାଳୟ ଖୋଲାଯାଇ ପ୍ରିଣ୍ଟିଂ କାମ ଆରମ୍ଭ ହୋଇଥିଲା। ଆଜି ମଧ୍ୟ ସେହି ପ୍ରଥମ ଛାପା ମେସିନ ଶୋଭା ପାଉଛି ‘ସମାଜ’ କାର୍ୟ୍ୟାଳୟରେ। ୧୯୩୦ ଅପ୍ରେଲ୍‌ ୬ ତାରିଖରେ ଲବଣ ସତ୍ୟାଗ୍ରହ ଦିନ ‘ସମାଜ’ ସାପ୍ତାହିକ ପରିବର୍ତ୍ତେ ଦୈନିକ ଖବରକାଗଜ ଭାବେ ପ୍ରକାଶନ ଆରମ୍ଭ କରିଥିଲା। ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ୧୯୫୭ରେ ବକ୍ସିବଜାରଠାରେ ସ୍ଥାୟୀ ଭାବେ ଆରମ୍ଭ ହୋଇଥିଲା ‘ସମାଜ’ ଦୈନିକ ଖବର କାଗଜ ଅଫିସ। ଏହାମଧ୍ୟରେ ଶହେ ବର୍ଷ ପୂରଣ କରିସାରିଛି ‘ସମାଜ’।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons