୧୦୨ ଲିଟର ମଦ ଜବତ, ଜଣେ ଗିରଫ

Get real time updates directly on you device, subscribe now.

ବୈପାରିଗୁଡା,(ବି.ବି.ନୁ୍ୟଜ୍): ମଦ ବିକ୍ରି ଅଭିଯୋଗରେ ବୈପାରିଗୁଡା ପୁଲିସ୍ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ବ୍ୟକ୍ତିଜଣଙ୍କ ହେଲେ ମହନ୍ତପୁଟ ଗାଁର ବୁଦୁରା ଦୁରୁଆ(୪୫) । ତାଙ୍କ ପାଖରୁ ୧୦୨ ଲିଟର ବିଦେଶୀ ମଦ ଜବତ କରାଯାଇଛି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁ କହିଛନ୍ତି ।
ପୁଲିସ୍ ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ଥାନା ଅଧିକାରୀ ଶ୍ରୀ ସାହୁଙ୍କ ନିଦେ୍ର୍ଧଶରେ ଏସ୍ଆଇ ରମେଶ କୁମାର ଦେବତାଙ୍କ ନେତୃତ୍ୱରେ ଅନ୍ୟ କର୍ମଚାରୀମାନେ ମହନ୍ତପୁଟ ଗାଁ ନିକଟରେ ପାଟ୍ରୋଲିଂ କରୁଥିଲେ । ଗାଁର ବୁଦୁରା ମଦ ବିକ୍ରି କରୁଥିବା ଜାଣିବା ପରେ ପୁଲିସ୍ ତାଙ୍କ ଘରେ ଚଢଉ କରିଥିଲା । ଚଢଉ ବେଳେ ବୁଦୁରାଙ୍କ ଘରୁ ବିପୁଳ ମଦ ଜବତ ବାହାରିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons