୧୦୭ କିଲୋ ଗଞ୍ଜେଇ ଜବତ, ୩ ଗିରଫ

Get real time updates directly on you device, subscribe now.

ଫୁଲବାଣୀ: ଗୋଚ୍ଛାପଡ଼ା ପୁଲିସ ୧୦୭ କିଲୋ ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଦୁଇଜଣ ଆନ୍ତଃରାଜ୍ୟ ଚାଲାଣକାରୀଙ୍କ ସମେତ ତିନିଜଣଙ୍କୁ ଗିରଫ କରଛି । ସୂଚନା ଅନୁଯାୟୀ, ମଙ୍ଗଳବାର ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ସୁନାମୁଦି ପୋଲ ଉପରେ ୨ଟି ବାଇକ୍କୁ ସନେ୍ଦହରେ ଅଟକାଇଥିଲେ । ଯାଞ୍ଚ ବେଳେ ଏଥିରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା । ବାଇକ୍ ଆରୋହୀଙ୍କୁ ପଚାରିବାରୁ ଏହି ଗଞ୍ଜେଇ ଗୋଚ୍ଛାପଡ଼ା ଥାନା ସଲାଗୁଡ଼ା ପଞ୍ଚାୟତର ତାମ୍ବିସୁଗା ଗ୍ରାମରୁ କଣ୍ଟାମାଳ ଦେଇ ବଲାଙ୍ଗୀର ଅଞ୍ଚଳକୁ ପଠାଯାଉଥିବା ଜଣାପଡ଼ିଛି । ପୁଲିସ ଏହି ଚାଲାଣରେ ସମ୍ପୃକ୍ତ ଝାଡ଼ଖଣ୍ଡ ରାଜ୍ୟ ଜାମସେଦପୁରର ଆଜାଦ ନଗର ଥାନା ଅଞ୍ଚଳର ମହମ୍ମଦ କଲାମ ଓ ଇଜାଜ ଆଲମଙ୍କ ସହ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା କେନ୍ଦୁପଟା ଗ୍ରାମର ସୋନୁ ଷଣ୍ଢଙ୍କୁ ଗିରଫ କରିଛି । ଗଞ୍ଜେଇ ଚାଲାଣ ପାଇଁ ବ୍ୟବହୃତ ୨ଟି ବାଇକ୍ ମଧ୍ୟ ପୁଲିସ ଜବତ କରିଛି । ଏହି ମାମଲାରେ ଗୋଚ୍ଛାପଡ଼ା ପୁଲିସ ୩୬/୨୧ରେ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ବୁଧବାର କୋର୍ଟଚାଲାଣ କରିଥିବା ଥାନାଧିକାରୀ ରଞ୍ଜତ କୁମାର ମୁନୀ ସୂଚନା ଦେଇଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons