ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମ୍ୟାଟି୍ରକ ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ରର ୧୦ କିଲୋମିଟର ଦୂରରୁ ଆସୁଥିବା ଶିକ୍ଷକଙ୍କୁ ଚିହ୍ନଟ କରାଯିବ । ଏଥିସହ ୧୦ କିମି ଭିତରେଖାତା ଦେଖିବାକୁ ସେମାନଙ୍କ ପାଇଁ ବ୍ୟବସ୍ତା କରାଯିବ । ମ୍ୟାଟି୍ରକ ଖାତା ମୂଲ୍ୟାୟନ ନେଇ ହାଇକୋର୍ଟଙ୍କ ନିଦେ୍ର୍ଧଶ ପରେ ଶନିବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି, ହାଇକୋର୍ଟଙ୍କ ନିଦେ୍ର୍ଧଶର ଅନୁପାଳନ କରାଯିବ । ଆବଶ୍ୟକ ପଡିଲେ ମୂଲ୍ୟାୟନ କେନ୍ଦ୍ର ବଢ଼ାଯିବ । ମୂଲ୍ୟାୟନ ସମୟରେ କୋଭିଡ୍ ଗାଇଡ୍ଲାଇନ୍ ଅନୁପାଳନ କରାିବ । ସୋମବାର ବୈଠକରେ ନିଷ୍ପତ୍ତି ହେବ । ୨୦ରୁ ଖାତା ଦେଖା ଆରମ୍ଭ ହେବ । ସୂଚନାଯୋଗ୍ୟ, ମ୍ୟାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନକୁ ନେଇ ହାଇକୋର୍ଟ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ନିଦେ୍ର୍ଧଶ ଦେଇଥିଲେ । ଓଷ୍ଟା ପକ୍ଷରୁ ହୋଇଥିବା ଆବେଦନ ଉପରେ ବିଚାର କରି ହାଇକୋର୍ଟ ମ୍ୟାଟି୍ରକ ଖାତା ମୂଲ୍ୟାୟନ କେନ୍ଦ୍ରରେ ଲକ୍ଡାଉନ୍ କଟକଣା ମାନିବାକୁ ନିଦେ୍ର୍ଧଶ ଦେଇଥିଲେ । ଏହାଛଡ଼ା ଖାତା ଦେଖା ବେଳେ ସାମାଜିକ ଦୂରତ୍ୱ ମାନିବାକୁ କୁହାଯାଇଥିଲା । ଏମିତିକି ୧୦ କି.ମି ଦୂରରୁ ଖାତା ମୂଲ୍ୟାୟନ କରିବାକୁ ଆସୁଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ରହିବା ଏବଂ ଖାଇବା ବ୍ୟବସ୍ଥା କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ, ସ୍କୁଲଓ ଗଣଶିକ୍ଷା ବିଭାଗକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଥିଲେ ।
Comments are closed, but trackbacks and pingbacks are open.