ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭାରତୀୟ ବଜାରରେ ମାନ୍ଦାବସ୍ଥା ସତ୍ତେ୍ୱ ଭୁବନେଶ୍ୱରଭିତ୍ତିକ ‘ଉର୍ମି ଫୁଡ୍ସ’ ଚଳିତ ଆର୍ଥିକ ବର୍ଷ ନିଜ ବ୍ୟବସାୟକୁ ୬୭% ବଢ଼ାଇବାକୁ ଲକ୍ଷ୍ୟ ରଖିଛି । ୨୦୧୮-୧୯ରେ କମ୍ପାନି ୬ କୋଟି ଟଙ୍କା କାରବାର କରିଥିଲା । ଉର୍ମି ଫୁଡ୍ସ ପ୍ରୋପ୍ରାଇଟର୍ ପ୍ରତିଶ୍ରୁତି ଜେନା ରବିବାର ଏହି ସୂଚନା ଦେଇଛନ୍ତି ।
ଉର୍ମି ଫୁଡ୍ସ ପକ୍ଷରୁ ଭୁବନେଶ୍ୱରରେ ଅନୁÂିତ ବିତରକ ସମ୍ମିଳନୀ ଅବସରରେ ଶ୍ରୀମତୀ ଜେନା କହିଛନ୍ତି, ସବୁ ଲୋକଙ୍କ ପାଇଁ ଖାଦ୍ୟ ସାମଗ୍ରୀ ଏକ ଜରୁରି ଜିନିଷ । ଏଣୁ ଏହା ଉପରେ ମାନ୍ଦାବସ୍ଥାର ପ୍ରଭାବ ନାହିଁ । ଏହାସହ ଉର୍ମି ଫୁଡ୍ସ ନିଜର ଉର୍ମି, ପୁ୍ୟରିନ୍ ଓ ରୋଜାନା ସ୍ପାଇସେସ୍ ବ୍ରାଣ୍ଡ ଅଧୀନରେ ବଜାରକୁ ଅନେକ ନୂଆ ଉପôାଦ ଛାଡ଼ିଛି । ଏଣୁ ଚଳିତ ଆର୍ଥିକ ବର୍ଷ କମ୍ପାନି ନିଜ ବ୍ୟବସାୟକୁ ୧୦ କୋଟି ଟଙ୍କାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି । ସେହିପରି ଏହି ଲକ୍ଷ୍ୟ ପୂରଣ ଉଦେ୍ଧଶ୍ୟରେ ଉର୍ମି ଫୁଡ୍ସ ବିତରକଙ୍କ ପାଇଁ ଅନେକ ଆକର୍ଷଣୀୟ ଅଫର୍ ଘୋଷଣା କରିଛି । ଏହି ଅଫର୍ ଜରିଆରେ ସେମାନେ ଫ୍ରିଜ୍, ଲାପ୍ଟପ୍ ଜିତିବା ସହ ବିଦେଶ ଭ୍ରମଣର ସୁଯୋଗ ପାଇପାରିବେ । ଏବେ ସାରା ରାଜ୍ୟରେ ଉର୍ମି ଫୁଡ୍ସର ୪ ଜଣ ସୁପର ଷ୍ଟକିଷ୍ଟ ଓ ୫୦ ଜଣ ବିତରକ ରହିଛନ୍ତି । ଏ ଅବସରରେ ଉର୍ମି ଗ୍ରୁପ୍ର ପରିଚାଳନା ନିଦେ୍ର୍ଧଶକ ଦିଲ୍ଲୀପ କୁମାର ଜେନା ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.