ବଡ଼ବିଲ: ବାପ ଛେଉଣ୍ଡ ୧୦ ବର୍ଷର ଶିଶୁ କନ୍ୟାକୁ ଜୋର ଜବରଦସ୍ତ ଟେକି ନେଇ ଦୁଷ୍କର୍ମ ଉଦ୍ୟମ । କେନ୍ଦୁଝର ଜିଲ୍ଲା ବଲାଣୀ ଥାନା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ପ୍ରତାପ ପୃଷ୍ଟି ଓରଫ୍ ଧଳିଆକୁ ଗିରଫ୍ କରିଛି ବଲାଣି ପୋଲିସ୍। ଗତକାଲି ସଂଧ୍ୟାରେ ବଲାଣି ବସ୍ ଷ୍ଟାଣ୍ଡ ପଛପଟ ବସ୍ତିରେ ଏହି ଅଭାବନୀୟ ଘଟଣା ଘଟିଛି । ଅଭିଯୋଗ ଅନୁଯାୟୀ, ଗତକାଲି ସଂଧ୍ୟା ପାଖାପାଖି ୬ଟା ୩୦ ମିନିଟ୍ ସମୟରେ ପୀଡ଼ତା ଜଣଙ୍କ ବଜାରକୁ ଜଳଖିଆ ଆଣିବା ପାଇଁ ଯାଇଥିଲେ। ଏକୁଟିଆ ଦେଖି ଅଭିଯୁକ୍ତ ପ୍ରତାପ, ଶିଶୁ କନ୍ୟାକୁ ୨୦ ଟଙ୍କା ଦେବା ସହ କିଛି ବାଟ ତାର ପିଛା କରିଥିଲା। ଏହାପରେ ସୁଯୋଗ ଦେଖି ଶିଶୁ କନ୍ୟାକୁ ଜୋର ଜବରଦସ୍ତ ଟେକି ନେଇ ଯାଇଥିଲା ଅଭିଯୁକ୍ତ।
ସେହିସ୍ଥାନରେ ସେ ବଳପୂର୍ବକ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। ତେବେ ପୀଡିତା ଚିତ୍କାର କରିବାରୁ ଅଭିଯୁକ୍ତ ପ୍ରତାପ ତାକୁ ମାଡ଼ ମାରିବା ସହ ତଣ୍ଟି ଚିପି ଜୀବନରେ ମାରିଦେବାକୁ ଧମକ ଦେଇଥିଲା ସୌଭାଗ୍ୟବଶତଃ ଶିଶୁ କନ୍ୟା ଜଣକ କାମାନ୍ଧ ଯୁବକ କବଳରୁ ଖସି ଆସି ଘରେ ଘଟଣା ସଂପର୍କରେ କହିଥିଲା। ଏହା ଜାଣିବା ପରେ ପରିବାର ଲୋକେ ଅଭିଯୁକ୍ତ ପ୍ରତାପକୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ଏ ନେଇ ବଲାଣୀ ଥାନାରେ ଦଫା ନମ୍ବର ୩୬୬/୩୪୧/୩୫୪/୩୫୪ (ଏ)/୩୫୪ (ବି)/୩୨୩/୩୦୭ ଏବଂ ୮ ପକ୍ସୋ ଆକ୍ଟରେ ଏକ ମାମଲା ରୁଜ୍ଜୁ କରାଯିବା ସହ ଆଜି ଅଭିଯୁକ୍ତର ଡାକ୍ତରୀ ମାଇନା କରାଯାଇଛି ।


Comments are closed, but trackbacks and pingbacks are open.