୧୦ ମାସ ପରେ ବି ପ୍ରତିଶ୍ରୁତି ପୂରା କରାଯାଇନାହିଁ

Get real time updates directly on you device, subscribe now.

ଜୟପୁର: ରାଜସ୍ଥାନରେ ଗତବର୍ଷ ସଚିନ ପାଇଲଟ ଗ୍ରୁପ୍ର ବିଦ୍ରୋହ ପରେ ସମାଧାନ ପାଇଁ ଗଠିତ କଂଗ୍ରେସର ୩ ସଦସ୍ୟବିଶିଷ୍ଟ କମିଟିର ରିପୋର୍ଟ ଏବେ ଯାଏ ଆସିନାହିଁ । ଏପରିସ୍ଥଳେ ଦଳରେ ପୁଣିଥରେ ବିଦ୍ରୋହର ସ୍ୱର ଉଠିବା ଆରମ୍ଭ ହୋଇଛି । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ ତାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ୧୦ ମାସ ପରେ ବି ପାଳନ କରାଯାଇନଥିବା ଅଭିଯୋଗ କରିଛନ୍ତି । ପାଇଲଟ କହିଛନ୍ତି, ମୋତେ ବୁଝାଯାଇଥିଲା ଯେ, ସମସ୍ୟାର ସମାଧାନ ପାଇଁ ଗଠିତ ୩ ସଦସ୍ୟବିଶିଷ୍ଟ କମିଟି ତ୍ୱରିତ କାର୍ଯ୍ୟାନୁÂାନ ନେବ । କିନ୍ତୁ ଅଧା କାର୍ଯ୍ୟକାଳ ବିତିଯାଇଥିଲେ ବି କିଛି କାର୍ଯ୍ୟାନୁÂାନ ଗ୍ରହଣ କରାଯାଇନାହିଁ । ଯେଉଁ କାର୍ଯ୍ୟକର୍ତ୍ତା ଦଳକୁ କ୍ଷମତାକୁ ଆଣିବା ଲାଗି ଦିନରାତି ପରିଶ୍ରମ କଲେ, ସେମାନଙ୍କ କଥାକୁ କେହି ଶୁଣୁନଥିବା ସେ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons