ବାଲିଆପାଳ: ବାଲିଆପାଳ ବ୍ଲକ ଅନ୍ତର୍ଗତ ଭଅଁରେଶ୍ୱରରେ ଚାଲିଥିବା ବେଆଇନ କରତକଳ ଉପରେ ଆଜି ବନ ବିଭାଗ ପକ୍ଷରୁ ଚଢ଼ଉ ହୋଇଥିଲା । ବାଲେଶ୍ୱର ଡିଏଫଓଙ୍କ ନିଦେ୍ର୍ଧଶକ୍ରମେ ଜିଲ୍ଲା ଅତିରିକ୍ତ ବନ୍ୟସଂରକ୍ଷକ ଶରତ କୁମାରଙ୍କ ନେତୃତ୍ୱରେ ବନବିଭାଗର ଏକ ୫୦ ଜଣିଆ ଟିମ ଚଢଉ କରିଥିଲେ । ଏହି ଟିମ ଗ୍ୟାସ କଟର ସାହାଯ୍ୟରେ ସମସ୍ତ ଯନ୍ତ୍ରାଂଶକୁ କାଟି ଜବତ କରିବା ସହିତ ମିଲ ପରିସରରେ ଗଦା ହୋଇ ପଡିଥିବା ୧୦ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ବେଆଇନ କାଠ ଜବତ କରିଥିଲେ । ତେବେ ମିଲ ମାଲିକ ବାବୁଲା ମହାନ୍ତି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ଚଢଉ ବେଳେ ମାଜିଷ୍ଟେ୍ରଟ ଭାବେ ବାଲିଆପାଳ ତହସିଲଦାର ଦୀପକ କୁମାର ଦାସ, ସିଂଲା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା, ଜଳେଶ୍ୱର ରେଞ୍ଜର, ବାଲିଆପାଳ ଭାରପ୍ରାପ୍ତ ବନ ଅଧିକାରୀ ପ୍ରକାଶ ମହାନ୍ତି ପ୍ରମୁଖ ସାମିଲ ଥିଲେ ।
ସୂଚନାଯୋଗ୍ୟ, ସଂପୃକ୍ତ ମାଲିକଙ୍କର ନୂଆଗାଁ ହାଟ ନିକଟରେ ଅନ୍ୟ ଏକ ସ’ମିଲ ରହିଛି । ବାଲିଆପାଳ ବ୍ଲକରେ ରତେଇ, ବୋଳଂ, ଲଙ୍ଗଳେଶ୍ୱର, କାଳିପଦା, ନିଖିରା, ଦାନ୍ତୁଣିଦା, ବିଷ୍ଣୁପୁର, ବ୍ଲକ ଛକ ଆଦି ସ୍ଥାନରେ ୧୫ଟି ବେଆଇନ କରତ କଳ ଦୀର୍ଘଦୀନ ଧରି ଚାଲି ଆସୁଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.