୧୦ ଲକ୍ଷ ଟଙ୍କାର କେନ୍ଦୁପତ୍ର ବୋଝେଇ ଟ୍ରକ୍ ଜବତ, ୨ ଗିରଫ

Get real time updates directly on you device, subscribe now.

ନୀଳଗିରି: ୧୬ନଂ. ଜାତୀୟ ରାଜପଥରେ ସୋମବାର ବାଲେଶ୍ୱର ଜିଲ୍ଲା ନୀଳଗିରି ବନବିଭାଗ ଚଢ଼ଉ କରି ଏକ କେନ୍ଦୁପତ୍ର ବୋଝେଇ ଟ୍ରକ୍କୁ ଜବତ କରିଛି । ୟୁପି୫୩ଡିଟି-୧୫୮୯ ନମ୍ବର ବିଶିଷ୍ଟ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଗତ ରବିବାର ମଧ୍ୟ ରାତ୍ରିରେ ସମ୍ବଲପୁରରୁ ପଶ୍ଚିମବଙ୍ଗ ଯାଉଥିବା ବେଳେ ବିଶେଷ ସୂତ୍ରରୁ ନୀଳଗିରି ବନବିଭାଗ ଖବର ପାଇଥିଲା । ରେଞ୍ଜର ମନୱାର ଖାଁ ଓ ତାଙ୍କ ଟିମ୍ ଜାତୀୟ ରାଜପଥରେ ଡେରା ପକାଇଥିଲେ । ସୋମବାର ଭୋର ୪ଟାରେ ଗାଡ଼ିଟିକୁ ବାଲେଶ୍ୱର ସହର ଉପକଣ୍ଠ ବାମପଦା ଛକଠାରେ ଧରିବାରେ ସଫଳ ହୋଇଥିଲେ । ଗାଡ଼ିଟିକୁ ଜବତ କରିବା ସହିତ ଉତ୍ତରପ୍ରଦେଶ ରାଜ୍ୟ ରାମକୋଲ କୋସିଆ ଥାନା ଅଧୀନସ୍ଥ ସିଦ୍ଧାୱେବୋରୱା ଗ୍ରାମର ଡ୍ରାଇଭର ଶାନତୋ ସିଂ, ଓଡ଼ିଶା ଅନୁଗୁଳ ଜିଲ୍ଲାର ଲୁହାମୁଣ୍ଡା ଅଞ୍ଚଳର ବରୁଣ କୁମାର ସାହୁକୁ ଗିରଫ କରାଯାଇଛି । ଉକ୍ତ ଟ୍ରକ୍ରେ ହଜାରେରୁ ଊଦ୍ଧ୍ୱର୍ ବଣ୍ଡଲ କେନ୍ଦୁପତ୍ର ଅଛି । ଯାହାର ଓଜନ ୬୦ କ୍ୱିଣ୍ଟାଲ ହେବ । ଏହାର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ ବୋଲି ବୋଲି ବନବିଭାଗ ସୂଚନା ଦେଇଛି । ଏ ନେଇ ନୀଳଗିରି ବନବିଭାଗ ପକ୍ଷରୁ ୧୩/୨୧-୨୨ ନମ୍ବର ମାମଲା ରୁଜୁ ହୋଇଥିବା ବେଳେ ଦଫା ୪, ୧୨, ୧୪, ଓଟିଟି ରୋଲ ୫୬, ଓଏଫଏ ୧୯୭୨ (୩) ଓଡ଼ିଶା କେନ୍ଦୁ ଲିଫ କଣ୍ଟେ୍ରାଲର ଅଫ ଟ୍ରେଡ୍ ଧାରା ୧୯୬୧ରେ ମାମଲା ରୁଜୁ ପୂର୍ବକ ଗିରଫ ୨ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons