୧୦ ଲକ୍ଷ ଟଙ୍କାର ଗଞ୍ଜେଇ, କାର୍ ଜବତ: ୪ ଗିରଫ

Get real time updates directly on you device, subscribe now.

କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନକାଡେଲି ଅଞ୍ଚଳରୁ ଲମତାପୁଟ ପୁଲିସ ଏକ ଗଞ୍ଜେଇ ବୋଝେଇ କାର୍କୁ ଜବତ କରିଛି । ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଉତ୍ତରପ୍ରଦେଶର ଅଜୟ ପ୍ରତାପ କୋରି, ହରିଶଙ୍କର ସିଂ, ଗୁଲସାହାଦ ଓ ରାହୁଲ ବର୍ମା । ଗାଡ଼ିରେ ୩ଟି ବସ୍ତାରେ ୧ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଥିବା ବେଳେ ଏହାର ଆମୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି । ଗଞ୍ଜେଇ ଉତ୍ତରପ୍ରଦେଶ ଚାଲାଣ ହେଉଥିବା ଜଣାପଡ଼ିଛି ।
କାଙ୍ଗ୍ରାପଡ଼ା ଛକରେ ଲମତାପୁଟ ଫାଣ୍ଡି ଅଧିକାରୀ ଦିଲ୍ଲୀପ ପ୍ରଧାନ ଓ ଅନ୍ୟ ପୁଲିସ କର୍ମଚାରୀ ଗାଡ଼ି ଯାଞ୍ଚ କରୁଥିବା ବେଳେ ମାଛକୁଣ୍ଡ ଅଞ୍ଚଳରୁ ଉକ୍ତ ନମ୍ବର ବିହୀନ କାର୍ ଦ୍ରୁତ ଗତିରେ ଆସିଥିଲା । ପୁଲିସ ଅଧିକାରୀମାନେ କାର୍କୁ ଅଟକାଇ ଯାଞ୍ଚ କରିବା ପରେ ସେଥିରୁ ବିପୁଳ ପରିମାଣର ଗଞ୍ଜେଇ ମିଳିଥିଲା । ପରେ ଗଞ୍ଜେଇ ସହ କାର୍କୁ ଜବତ କରାଯାଇଥିବା ବେଳେ କାର୍ରେ ଥିବା ୪ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ପୂର୍ବରୁ ମଧ୍ୟ ଏଭଳି କାରବାରରେ ସଂପୃକ୍ତ ଥିବା ସ୍ୱୀକାର କରିଛନ୍ତି । ଅନାକାଡେଲି ଅଞ୍ଚଳର ବାବୁନି ନାମକ ବ୍ୟକ୍ତିଙ୍କ ଠାରୁ ସେମାନେ ଗଞ୍ଜେଇ କିଣିଥିବା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons