୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

Get real time updates directly on you device, subscribe now.

ଲମତାପୁଟ,(ବି.ବି.ନୁ୍ୟଜ୍): ଜଲାପୁଟରୁ ସେମିଳିଗୁଡା ଚାଲାଣ ବେଳେ ମାଛକୁଣ୍ଡ ପୁଲିସ୍ ହାତରେ ଧରାପଡିଛି ୧ କ୍ୱିଣ୍ଟାଲ ୭୩ କେଜି ଗଞ୍ଜେଇ । ଏହି ଚାଲାଣରେ ବ୍ୟବହୃତ ଏକ ଭ୍ୟାନ୍କୁ ପୁଲିସ୍ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ନାଁ ସାମୁଏଲ୍ ଦୁଷୁରା ବାରିକ । ତାଙ୍କ ଘର ପଟ୍ଟାଙ୍ଗି ବ୍ଲକ୍ ପଣ୍ଡେଇ ଗାଁରେ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରିଛି ପୁଲିସ୍ ।
ପୁଲିସ ସୂଚନା ଅନୁଯାୟୀ, ସଗର ଗାଁ ଛକ ନିକଟରେ ମାଛକୁଣ୍ଡ ଓ ଲମତାପୁଟ ଫାଣ୍ଡିର ଏକ ଟିମ୍ ପାଟ୍ରୋଲିଂ କରିବା ସହ ଗାଡି ଯାଞ୍ଚକରୁଥିଲା । ଏହି ସମୟରେ ଜଲାପୁଟରୁ ଏକ ପିକ୍ଅପ୍ ଭ୍ୟାନ୍(ଓଆର୍-୧୦ଏଚ୍-୨୩୧୮) ଦ୍ରୁତଗତିରେ ଆସୁଥିବା ଦେଖି ପୁଲିସ୍ ତାକୁ ଅଟକାଇଥିଲା । ପୁଲିସ୍କୁ ଦେଖି ଡ୍ରାଇଭର ଗାଡ଼ି ରଖି ଫେରାର୍ ହୋଇଯାଇଥିବା ବେଳେ ଅନ୍ୟଜଣଙ୍କୁ ପୁଲିସ୍ କାବୁ କରିଥିଲା । ଯାଞ୍ଚବେଳେ ଭ୍ୟାନ୍ରେ ଗଞ୍ଜେଇ ଥିବା ଜଣାପଡିଥିଲା । ଗଞ୍ଜେଇ ଗାଡିକୁ ଜବତ କରାଯିବା ସହ ଅଭିଯୁକ୍ତକୁ ଥାନାରେ ଅଟକ ରଖି ତଦନ୍ତ ଚାଲିଥିଲା । ମାଜିଷ୍ଟେ୍ରଟ୍ ଦାୟିତ୍ୱରେ ବିଡିଓ ସୌମ୍ୟସାର୍ଥକ ମିଶ୍ରଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯାଇଥିଲା । ପଚରାଉଚରା ବେଳେ ଗଞ୍ଜେଇ ସେମିଳିଗୁଡାକୁ ଚାଲାଣ ହେଉଥିଲା ବୋଲି ଅଭିଯୁକ୍ତ ପୁଲିସ୍ ନିକଟରେ ସ୍ୱୀକାର କରିଛି । ଏ ସମ୍ପର୍କରେ ମାଛକୁଣ୍ଡ ଥାନାରେ ଏକ ମାମଲା ରୁଜୁ ହୋଇଛି । ଏଥିରେ ଆଉ କେଉଁମାନଙ୍କ ସଂପୃକ୍ତି ରହିଛି ତାହାର ତଦନ୍ତ ଚାଲୁ ରହିଥିବା ପୁଲିସ୍ କହିଛି । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons