୧୦ ଲକ୍ଷ ଟପିଲା କରୋନା ପରୀକ୍ଷା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମଙ୍ଗଳବାର ରାଜ୍ୟରେ ୫୦ ହଜାର ପରୀକ୍ଷା ହୋଇଛି । ଲଗାତାର ତିନି ଦିନ ହେଲା ରାଜ୍ୟରେ ଦୈନିକ ୫୦ ହଜାର ପରୀକ୍ଷା ହେଉଛି । ଆଜି ୧୦ ଲକ୍ଷ ପରୀକ୍ଷା ଅତିକ୍ରମ କରିବାରେ ଦେଶର ହାତ ଗଣତି ରାଜ୍ୟ ହୋଇଛି ଓଡ଼ିଶା । ରାଜ୍ୟରେ ହୋଇଥିବା ପରୀକ୍ଷାରେ ୬.୩୯ଧ ପଜିଟିଭ୍ ରହିଛି ।
ଆଜି ୫୦,୫୨୫ ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ୨୨୩୯ ଜଣ । ଆଜିର ପଜିଟିଭ୍ ହାର ହେଉଛି ୪.୪୩ଧ । ସୋମବାର ରାଜ୍ୟରେ ପରୀକ୍ଷା ହୋଇଥିଲା ୫୦,୪୨୧ । ପଜିଟିଭ୍ ବାହାରିଥିଲେ ୨୨୪୪ । ଅର୍ଥାତ ପଜିଟିଭ୍ ହାର ରହିଥିଲା ୪.୪୫ଧ । ଆଜି ସୁଦ୍ଧା ରାଜ୍ୟରେ ଚିହ୍ନଟ ହେଲେଣି ୬୪,୫୩୩ । ମାସ ସରିବାକୁ ଆହୁରି ୧୨ ଦିନ ରହିଥିବାରୁ ୯୦ ହଜାରକୁ କରୋନା ଟପିପାରେ ବୋଲି କହିଛନ୍ତି ବିଶେଷଜ୍ଞ ।
ମାର୍ଚ୍ଚ ମାସରେ ରାଜ୍ୟରେ ଆରମ୍ଭ ହୋଇଥିବା କରୋନା ପରୀକ୍ଷା । କେବଳ ଆରଏମ୍ଆରସି ଭୁବନେଶ୍ୱରରେ ଦୈନିକ ୧୦ଟି ନମୁନା ପରୀକ୍ଷା ହୋଇଥିଲା । ହଜାରେରୁ ପାଞ୍ଚ ହଜାର । ଆଉ ଏବେ ଦୈନିକ ୫୦ ହଜାରକୁ ଟପିଛି କରୋନା ପରୀକ୍ଷା ।
ପରୀକ୍ଷା ବଢିଥିବାରୁ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିଛି । ରାଜ୍ୟ ମାନଚିତ୍ର ପୁଣି ଥରେ ନାଲିଆ ହୋଇ ଚାଲିଛି । ୬ ଜିଲ୍ଲାକୁ ଛାଡ଼ି ଅନ୍ୟ ସମସ୍ତ ଜିଲ୍ଲା ରେଡ୍ ଜୋନ୍ରେ ଆସିଛି । ନୂଆପଡା ଓ ଦେବଗଡ଼ ଦୁଇ ଜିଲ୍ଲା ଗ୍ରୀନ୍ ଜୋନ୍ରେ ଆସିଥିବା ବେଳେ ୟଲୋ ଜୋନ୍ରେ ରହିଛି ଅନୁଗୁଳ, ସୁବର୍ଣ୍ଣପୁର, ଝାରସୁଗୁଡ଼ା ଓ ନବରଙ୍ଗପୁର ।
ସୁସ୍ଥ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିଛି । ଆଜି ପୁଣି ୧୫୩୫ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସୁସ୍ଥ ରୋଗୀଙ୍କ ସଂଖ୍ୟା ରାଜ୍ୟରେ ବଢି ୪୫୩୧୪ ହୋଇଛି । ଆରୋଗ୍ୟଙ୍କ ହାର ୭୦.୨୧ଧ ହୋଇଛି ।
ବିଶେଷଜ୍ଞଙ୍କ ଅନୁମାନ ସତ ହେଉଛି । ଗଞ୍ଜାମରେ କରୋନା ନିୟନ୍ତ୍ରଣକୁ ଆସୁଥିବା ବେଳେ ଖୋର୍ଦ୍ଧାରେ ଦିନକୁ ଦିନ ଭୟଙ୍କର ହେଉଛି । ଖୋର୍ଦ୍ଧାରୁ ଆଜି ୪୧୯ ପଜିଟିଭ୍ ବାହାରିଛନ୍ତି । ଖୋର୍ଦ୍ଧାରେ କରୋନା ବିସ୍ଫୋରଣ ହେଉଛି । ଜିଲ୍ଲାରୁ ବର୍ତ୍ତମାନ ସୁଦ୍ଧା ୯୩୮୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୪୯ ଜୀବନ ମଧ୍ୟ ଯାଇଛି । ଅନ୍ୟ ଜିଲ୍ଲା ତୁଳନାରେ ଖୋର୍ଦ୍ଧାରେ ଆରୋଗ୍ୟ ହାର ମଧ୍ୟ କମ୍ ରହିଛି ।
ଭୁବନେଶ୍ୱରରେ କରୋନା ଆତଙ୍କ କମୁନି । ପରୀକ୍ଷା ବଢିବା ସହ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେଉଛନ୍ତି ସହରରୁ । ରାଜଧାନୀରୁ ଆଜି ୨୨୦ ପଜିଟିଭ୍ ବାହାରିଛନ୍ତି । ୫୭୦୭ ହୋଇଛି ସଂକ୍ରମିତଙ୍କ ସଂଖ୍ୟା । ସୁସ୍ଥତାରେ କିନ୍ତୁ ଜିଲ୍ଲା ତୁଳନାରେ ଭୁବନେଶ୍ୱର ସ୍ଥିତି ଭଲ ରହିଛି । ୩୬୯୦ ଜଣ ସୁସ୍ଥ ହୋଇଛନ୍ତି ଭୁବନେଶ୍ୱରରୁ ।
ଗଞ୍ଜାମରେ ୨୪୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଆଜି । ଜିଲ୍ଲାରେ ମୋଟ ସଂକ୍ରମିତ ସଂଖ୍ୟା ହୋଇଛି ୧୫,୨୫୬ । ଜିଲ୍ଲାରୁ ୧୩ ହଜାରରୁ ଅଧିକ ରୋଗୀ ସୁସ୍ଥ ହୋଇ ସାରିଲେଣି ।
କଟକରେ ଆଜି ସାମାନ୍ୟ କମିଛି ସଂକ୍ରମଣ । ସୋମବାର ୧୯୪ ଜଣ ଜିଲ୍ଲାରୁ ଆକ୍ରାନ୍ତ ହୋଇଥିବା ବେଳେ ଆଜି ୧୧୭ ଜଣ ପଜିଟିଭ୍ ବାହାରିଛନ୍ତି । କଟକରେ ସଂକ୍ରମିତଙ୍କ ସଂଖ୍ୟା ୪,୨୪୭ ହୋଇଛି ।
କଟକ ପଛକୁ ଥିବା ସୁନ୍ଦରଗଡ଼ ସ୍ଥିତି ଆଜି ଟିକେ ସୁଧୁରିଛି । ଆଜି ଜିଲ୍ଲାରୁ ୬୪ ଜଣ ସଂକ୍ରମିତ ହେବା ପରେ ଆକ୍ରାନ୍ତ ସଂଖ୍ୟା ୩୩୨୨ ହୋଇଛି । ବାଲେଶ୍ୱରରେ କିନ୍ତୁ ଭୟଙ୍କର ହେଉଛି କରୋନା । ଆଜି ପୁଣି ୧୩୦ ପଜିଟିଭ୍ ବାହାରିଛନ୍ତି । ନୟାଗଡ଼ ଓ ରାୟଗଡ଼ାରେ ମଧ୍ୟ ପଞ୍ଝା ବଢାଇ ଚାଲିଛି କରୋନା । ନୟାଗଡ଼ରୁ ଆଜି ୧୪୭ ଜଣ ସଂକ୍ରମିତ ହୋଇଥିବା ବେଳେ ରାୟଗଡ଼ାରେ ପଜିଟିଭ୍ ହୋଇଛନ୍ତି ୧୨୦ ଜଣ ।
ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ଆଜି ବି ୯ ଜୀବନ ନେଇଛି କରୋନା । ଗଞ୍ଜାମରୁ ୩, ବାଲେଶ୍ୱରରୁ ୧, ରାୟଗଡ଼ାରୁ ୨, ମାଲକାନଗିରିରୁ ୧, ସମ୍ବଲପୁରରୁ ୧ ଓ ଭୁବନେଶ୍ୱରରୁ ୧ ଜଣଙ୍କ ମୃତୁ୍ୟ ହୋଇଛି ।
ସ୍ୱାସ୍ଥ୍ୟ ବିଭାଗ କହିଛି, ଖୋର୍ଦ୍ଧାରୁ ଆଜି ସବୁଠୁ ବେଶି ୨୮୭ ଜଣ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡ଼ରୁ ୧୭୮, ଗଞ୍ଜାମରୁ ୧୫୬, କନ୍ଧମାଳରୁ ୧୦୫, ପୁରୀରୁ ୯୬, କଟକରୁ ୮୪, କୋରାପୁଟରୁ ୭୩, ବରଗଡ଼ରୁ ୭୦, ନୟାଗଡ଼ରୁ ୬୩, ମାଲକାନଗିରିରୁ ୫୮, ବାଲେଶ୍ୱରରୁ ୫୨, କଳାହାଣ୍ଡିରୁ ୪୭, ଭଦ୍ରକରୁ ୪୨, ଯାଜପୁରରୁ ୩୯, ଗଜପତିରୁ ୨୭, କେନ୍ଦ୍ରାପଡାରୁ ୨୦, ସମ୍ବଲପୁରରୁ ୨୦, ଝାରସୁଗୁଡ଼ାରୁ ୧୯, ମୟୂରଭଞ୍ଜରୁ ୧୭, କେନ୍ଦୁଝରରୁ ୧୭, ଢେଙ୍କାନାଳରୁ ୧୫, ରାୟଗଡ଼ାରୁ ୧୪, ନବରଙ୍ଗପୁରରୁ ୧୩, ବଲାଙ୍ଗୀରରୁ ୭, ବୌଦ୍ଧରୁ ୭, ଜଗତସିଂହପୁରରୁ ୬, ନୂଆପଡାରୁ ୨ ଓ ସୋନପୁରରୁ ୧ ଜଣ କରୋନା ମୁକ୍ତ ହୋଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons