ବଲାଙ୍ଗିର: ଏକ ହ୍ୱାଟ୍ସଆପ ନମ୍ବର ରୁ ମିଳିଥିବା ଗୁପ୍ତ ସୁଚନାକୁ ଆଧାର କରି ଆଜି ବଲାଙ୍ଗିର ପୋଲିସ ଗୋଟିଏ ମାକ୍ସ ପିକଅପ ଗାଡି ରୁ ୧୦୬୮୦ ବୋତଲ ବେଆଇନ କଫ୍ ସିରପ ଜବତ କରିବା ସହ ଉକ୍ତ ଗାଡିରୁ ମାଲପଡାର ପ୍ରଶାନ୍ତ କ୍ଷେତୀ(୩୨) ପୋଲିସ ବରପାଲି ପଡାର ରାଜୁ ପ୍ରଧାନ(୨୯) ଓ ଭୂବନେଶ୍ୱର ଡେଲଟା ଛକର ସୁଶୀଲ ବାରିକ(୨୯)ଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ମାଫିଆ ସାନ ନେଗି ପୋଲିସ ହାତରୁ ଖସିଯାଇଥିବା ପ୍ରକାଶ କରିଛି । ତେବେ ଏତେ ପରିମାଣରେ କଫ ସିରଫ ଜବତ ହେବା ସମଗ୍ର ପଶ୍ଚିମ ଓଡିଶାରେ ପ୍ରଥମ ଘଟଣା ବୋଲି ପୁଇଁନ୍ତଲା ଥାନା ପରିସରରେ ଅନୁଷ୍ଠିତ ହୋଇଥିବା ଏହି ସାଂବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ସୁବାଷ ଜମାଦାର ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.