
ବ୍ରହ୍ମଗିରି : ପତ୍ନୀ ହତ୍ୟା ମାମଲାରେ ଆଜୀବନ ସଜ୍ଜା ହୋଇଥିବା ଜଣେ ଫେରାର କଏଦୀକୁ ବ୍ରହ୍ମଗିରି ପୋଲିସ ଗିରଫ କରିଛି। ଗିରଫ ବ୍ୟକ୍ତି ବ୍ରହ୍ମଗିରି ଥାନା ସାତପଡା ଫାଣ୍ଡି ଅନ୍ତର୍ଗତ ଇଛାପୁର ଗ୍ରାମର ଦୁଃଶାସନ ଭୋଇ ।
ସୂଚନା ଅନୁସାରେ, ୧୯୯୨ ମସିହାରେ ନିଜ ପତ୍ନୀ କମଳା ଭୋଇକୁ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ନ୍ୟାୟାଳୟ ଦୁଃଶାସନ ଆଜୀବନ ସଜ୍ଜା ଦେଇଥିଲେ। ଆଜୀବନ କାରାଦଣ୍ଡ ଭୋଗୁଥିବା ସମୟରେ ସେ ୨୦୧୦ ଜାନୁଆରୀ ୨୩ ରୁ ଫେବୃଆରୀ ୫ ପର୍ୟ୍ୟନ୍ତ ପାରୋଲରେ ଆସିଥିଲେ। କିନ୍ତୁ ୬ ତାରିଖରେ ଜେଲକୁ ନଯାଇ ସେବେଠାରୁ ଫେରାର ହୋଇଯାଇଥିଲେ।
ଗତ ଦୁଇ ମାସ ତଳେ ପୁରୀ ଏସପିଙ୍କ ନିର୍ଦ୍ଦଶେରେ ଏକ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଥିଲା ବ୍ରହ୍ମଗିରି ପୋଲିସ। ସୋମବାର ବ୍ରହ୍ମଗିରି ଥାନା ଅନ୍ତର୍ଗତ ନାଥପୁର ଗାଁ ଭୋଇ ସାହିରୁ ଦୁଃଶାସନକୁ ପୋଲିସ ଧରି ଥାନାକୁ ଆଣିଥିଲା। ଦୀର୍ଘ ୧୧ ବର୍ଷ ପରେ ଫେରାର କଏଦୀକୁ ଧରିବାରେ ପୋଲିସ ସଫଳ ହୋଇଛି ବୋଲି କହିଛନ୍ତି ବ୍ରହ୍ମଗିରି ଥାନାଧିକାରୀ।


Comments are closed, but trackbacks and pingbacks are open.