୧୨୪୩ କେଜି ଗଞ୍ଜେଇ ଜବତ

Get real time updates directly on you device, subscribe now.

ଜୟପୁର: ରାଜ୍ୟ ବାହାରକୁ ଚାଲାଣ ପୂର୍ବରୁ ବଡଧରଣର ଗଞ୍ଜେଇ କାରବାର ରୋକିଛି ସଦର ପୁଲିସ । କାରବାରରେ ୨ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଲମତାପୁଟ ବ୍ଳକ ପେଟା ଗାଁର ପ୍ରଦୀପ ପ୍ରଧାନ(୨୮) ଏବଂ ଜୟପୁର ସହର ଜୟନଗରର ଅବିନାଶ ମହାରଣା(୨୩) । ଅନ୍ୟ ୯ ଅଭିଯୁକ୍ତ ଚମ୍ପଟ ମାରିବାରେ ସଫଳ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଜୟନଗରର ମହମ୍ମଦ ଇକ୍ବାଲ୍, ସଦରଥାନା ଅନ୍ତର୍ଗତ କଳସାହାଣ୍ଡିର ଶିବ ପୂଜାରୀ ଏବଂ ଅନ୍ୟ ୭ ଜଣ । ଗିରଫ ଅଭିଯୁକ୍ତଙ୍କ ପାଖରୁ ୧ ହଜାର ୨୪୩ କେଜି ଗଞ୍ଜେଇ ଜବତ କରାଯାଇଛି । ଏଥିସହ ୟୁଏସ୍ଏ ଲେଖାଥିବା ଗୋଟିଏ ୯ ଏମଏମ୍ ପିସ୍ତଲ୍, ଗୋଟିଏ ଭ୍ୟାନ୍, ୨ଟି ବାଇକ୍ ଏବଂ ୪ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ଏକ କୋଟି ୨୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି । ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ପଠାଇ ଦିଆଯାଇଥିବା ଏସଡିପିଓ ଅରୂପ ଅଭିଶେକ ବେହେରା କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଗତ ୨ ତାରିଖ ସନ୍ଧ୍ୟା ପ୍ରାୟ ସାଢେ ୬ଟାରେ ସହର ଉପକଣ୍ଠ ବ୍ରାହ୍ମଣୀଗାଁ ପାଖ ପଡ଼ିଆରେ ଗଞ୍ଜେଇ ଲୋଡିଂ ହେବାକୁ ଥିବା ସମ୍ପର୍କରେ ଓଆଇସି ଆଦିତ୍ୟ ମହାକୁଡ଼ଙ୍କୁ ଖବର ମିଳିଥିଲା । ଲୋଡିଂ ସ୍ଥାନରେ ପ୍ରାୟ ୧୦ ଜଣ ଉପସ୍ଥିତ ଥିବା ଜଣାପଡ଼ିଥିଲା । ଏ ସମ୍ପର୍କରେ ଏସ୍ପି ଜି. ବରୁଣ ଏବଂ ଏସଡିପିଓ ଶ୍ରୀ ବେହେରାଙ୍କ ସହ ଆଲୋଚନା କରାଯାଇଥିଲା । ସେମାନଙ୍କ ନିଦେ୍ର୍ଧଶକ୍ରମେ ଓଆଇସି ଶ୍ରୀ ମହାକୁଡ଼, ଏଏସ୍ଆଇ ମନୋରଞ୍ଜନ ସାହୁ, ଗଣେଶପ୍ରସାଦ ବେହେରା, ସୁରେନ୍ଦ୍ରକୁମାର ସାମଲ, ତୁଳସୀରାମ ପୂଜାରୀ ପ୍ରମୁଖଙ୍କ ସହ ଏକ ଟିମ୍ ଚଢଉ କରିଥିଲା । ଏକ ଭ୍ୟାନ୍ (ଓଆର ୧୦ ଏ- ୯୭୯)ରେ ଗଞ୍ଜେଇ ଲୋଡିଂ ହୋଇଥିଲା । ପୁଲିସକୁ ଦେଖି ଯିଏ ଯୁଆଡେ ଚମ୍ପଟ ମାରିଥିଲେ । ଘଟଣାସ୍ଥଳରୁ ୨ ଜଣଙ୍କୁ କାବୁ କରିବାରେ ପୁଲିସ ସକ୍ଷମ ହୋଇଥିବା ବେଳେ ଅନ୍ୟମାନେ ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରୁ ଗଞ୍ଜେଇ ବୋଝେଇ ଭ୍ୟାନ୍ ସହ ୨ଟି ବାଇକ୍ (ଓଡ଼ି-୧୦ ଏଫ୍ -୨୨୩୦, ଓଡ଼ି-୧୦ ଏସ୍-୩୭୯୩)ଜବତ କରାଯାଇଥିଲା । ଗାଡ଼ି ଡାଲାରେ ୩୦୦ ପ୍ୟାକେଟ୍ ଗଞ୍ଜେଇ ଥିଲା । ଅବିନାଶ ପାଖରୁ ଏକ ୯ ଏମ୍ଏମ୍ ପିସ୍ତଲ ଜବତ କରାଯାଇଛି । ଯାହା ଉପରେ ୟୁଏସ୍ଏ ବୋଲି ଲେଖାହୋଇଛି । ପଚରାଉଚରା ବେଳେ ଗଞ୍ଜେଇ ଲମତାପୁଟ ଅଞ୍ଚଳରୁ ସଂଗ୍ରହ କରାଯାଇ ରାଜ୍ୟ ବାହାରକୁ ଚାଲାଣ କରାଯିବା ଉଦେ୍ଧଶ୍ୟରେ ରଖାଯାଇଥିବା ଅଭିଯୁକ୍ତମାନେ ସ୍ୱୀକାର କରଛନ୍ତି । ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଛି । ଫେରାର ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଏସଡିପିଓ ଶ୍ରୀ ବେହେରା କହିଛନ୍ତି । ଏସ୍ଆଇ ଶଙ୍କର ପଣ୍ଡା ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।
ସୂଚନାଥାଉକି, ଗତ ୬ ମାସରେ ସଦର ପୁଲିସ ୨୨ଟି ଗଞ୍ଜେଇ ମାମଲା ରୁଜୁ କରିଛି । ୫୭ ଜଣଙ୍କୁ ଗିରଫ କରିଥିବା ବେଳେ ନଗଦ ୯ ଲକ୍ଷ ୭୮ ହଜାର ଟଙ୍କା ଜବତ କରିଛି । ଏଥିସହ ୮ କୋଟି ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons