ରାଇରଙ୍ଗପୁର,(ବି.ବି.ନୁ୍ୟଜ୍): ଧଳା ଜହର କବଳରେ ଯୁବ ଗୋÂୀ ।ନିଶା ଗ୍ରସ୍ତ ଯୁବକ ପାଇଁ ନିଜ ପରିବାର ଏବଂ ସମାଜର ପରିବେଶ , ଶାନ୍ତିର ବାତାବରଣ ନଷ୍ଟ ହେଉଛି । ସାମାଜିକ ସୁସ୍ଥ ପରିବେଶରେ ଅଶାନ୍ତର ବାତାବରଣ ଦେଖାଦେଇଛି । ରାଇରଙ୍ଗପୁର ଆଦର୍ଶ ଥାନା ଅନ୍ତର୍ଗତ ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟ ଏକ ପଛ ଗଳିରୁ ଜଣେ ଯୁବକ ବ୍ରାଉନ ସୁଗାର ରଖିଥିବା ଜାଣି ଏସଡିପିଓ ସ୍ନେହାଶୀଷ ସାହୁଙ୍କ ନିର୍ଦେଶ କ୍ରମେ ରାଇରଙ୍ଗପୁର ଟାଉନଥାନା ଅଧିକାରୀଣୀ ରେଣୁବାଳା ସାହୁ ,ସବ ଇନ୍ସପେକ୍ଟର ସଂଗିତା ଦାସ ଏବଂ ଅନ୍ୟ ପୁଲିସ କର୍ମଚାରୀ କୌଣସି ସୂତ୍ରରୁ ବୁଧବାର ସକାଳ ୯.୧୫ ମିନିଟ ପାଖାପାଖି ସମୟରେ ଖବର ପାଇ ଘଟଣାସ୍ଥଳରେ ପହଂଚି ଅତର୍କିତ ଭାବେ ଚଢ଼ଉ କରି ଯୁବକକୁ କାବୁ କରିଥିଲେ ।ତାକୁ ଥାନାକୁ ଆଣି ତା’ପାଖରୁ ପାଖାପାଖି ୧୨ ଗ୍ରାମ ବ୍ରାଉନ ସୁଗର, ୨୦୬୦ ଟଙ୍କା, ୬ଟି ଏଟିଏମ୍ କାର୍ଡ, ୩ଟି ପୁରୁଣା ମୁଦ୍ରା, ୧ଟି ମାବାଇଲ, ୧ଟି ସିମ୍ କାର୍ଡ ଜବତ କରିଥିଲେ । ଯୁବକଙ୍କ ନାମରେ ୨୩/୨୦୨୦ ମାମଲା ରୁଜୁ କରାଯାଇଛି । ଯୁବକଟିର ଘର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଠାକୁରାଣୀବେଡାରେ । ଯୁବକର ନାମ ଏମଡି ଦିଲଦାର (୨୫) ପିତା ଏମଡି ଅନୱାର । ପ୍ରଥମ ଥର କରି ରାଇରଙ୍ଗପୁର ସହରରେ ଧଳା ଜହର ମାମଲାରେ ଧରିବାରେ ପୁଲିସର ସଫଳତା ଏବଂ ସହରରେ ଏହା ଚର୍ଚ୍ଚାର ବିଷୟ ହାଇଛି । ପାଲିସ ଗିରଫ କରି ଅଧିକରୁ ଅଧିକ ତଦନ୍ତ ଚାଲୁ ରଖଛି ।
Comments are closed, but trackbacks and pingbacks are open.