ନବରଙ୍ଗପୁର: ନବରଙ୍ଗପୁର ପୋଲିସକୁ ବଡ ସଫଳତା ମିଳିଛି। ୧୨ ଜଣ ଡକାୟତକୁ ଗିରଫ କଲା ନବରଙ୍ଗପୁର ପୋଲିସ । ୨୦ ଦିନ ଭିତରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ୪ଟି ସଶସ୍ତ୍ର ଡକାୟତି ହୋଇଥିଲା । ଡକାୟତ ମାନଙ୍କ ଠାରୁ ଟଙ୍କା ,ମାରଣାସ୍ତ୍ର ,ଗହଣା ଏବଂ ମୋବାଇଲ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଏହି ଡକାୟତମାନେ ପୂର୍ବରୁ ବିଭିନ୍ନ ସ୍ଥାନରେ ଚୋରି, ଡକାୟତ କରିବାର ସୂଚନା ରହିଛି। ଦୀର୍ଘଦିନ ଧରି ଏମାନେ ଚୋରି କରି ନିଜର କାୟା ବିସ୍ତାର କରି ଚାଲିଛି। ସବୁ ରାତି ଅନ୍ଧାର ନୁହେଁ କଥା ଭଳି ଗୁରୁବାର ନବରଙ୍ଗପୁର ପୋଲିସ୍ ଏମାନଙ୍କୁ ଗିରଫ କରିଛି। ଏହି ସଂପର୍କରେ ନବରଙ୍ଗପୁର ଏସ୍ପି ପ୍ରେମମିଟ୍ କରି ସୂଚନା ଦେଇଛନ୍ତି।


Comments are closed, but trackbacks and pingbacks are open.