୧୨ ଯୋଦ୍ଧାଙ୍କ ସହ ୨୬ ପଜିଟିଭ, ସଂଖ୍ୟା ୫୩୬

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ୍): ଜିଲ୍ଲାରେ ଶୁକ୍ରବାର ଆଉ ୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୨ ଜଣ ପୁଲିସ କର୍ମଚାରୀ ଅଛନ୍ତି । ଅନ୍ୟ ୧୪ ଜଣ ସ୍ଥାନୀୟ ଲୋକ ରହିଛନ୍ତି । ଉକ୍ତ ୧୨ ଜଣ କରୋନା ଯୋଦ୍ଧା ଚିତ୍ରକୋଣ୍ଡା ଥାନା କର୍ମଚାରୀ ଜଣାପଡିଛି । ଶୁକ୍ରବାର ସୁଦ୍ଧା ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୫୩୬ ହୋଇଛି ।
ସୂଚନା ଅନୁସାରେ, ମାଲକାନଗିରି ପୌରପରିଷଦର ବିଭିନ୍ନ କଣ୍ଟେନମେଣ୍ଟ ଜୋନ୍ରୁ ଉକ୍ତ ୧୪ ଜଣ ସ୍ଥାନୀୟ ଲୋକେ ଚିହ୍ନଟ ହୋଇଛନ୍ତି । ପୌରପରିଷଦ ହାଇଟେକ କଲୋନିରୁ ଜଣେ, ନର୍ସରୀ କଲୋନିରୁ ଜଣେ, ରିକ୍ଲାମେସନ କଲୋନିରୁ ୩ ଜଣ, ବାଲିସାଗର ସାହିରୁ ଜଣେ, ୧୧୯ କଲୋନିରୁ ଜଣେ, ଭେଟନରୀ ସାହିରୁ ଜଣେ ଅଛନ୍ତି । ଝାଟିମାଟି କଲେନି, ବ୍ଲକ କଲୋନି, ଦୁର୍ଗାଗୁଡିସାହି ଓ ଏସ୍ପି ଅଫିସ ନିକଟରୁ ଜଣେ ଲେଖାଏଁ ଓ ପୁରଣା ପୋଷ୍ଟଅଫିସ ଲାଇଲରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ଚିତ୍ରକୋଣ୍ଡା ଥାନାରୁ ଗତ ଗୁରୁବାର ୬ ଜଣ କର୍ମଚାରୀ ପଜିଟିଭି ଚିହ୍ନଟ ହୋଇଥିବାବେଳେ ଶୁକ୍ରବାର ଅନ୍ୟ ୧୨ ଜଣ ପୁଲିସ ଚିହ୍ନଟ ହୋଇଛନ୍ତି । ଚିତ୍ରକୋଣ୍ଡା ଥାନା ଅଞ୍ଚଳକୁ ବିଶୋଧନ କରାଯିବା ସହ କଣ୍ଟେନମେଣ୍ଟ କରାଯାଇଛି । ନୂଆ ସଂକ୍ରମିତଙ୍କ ଟ୍ରାକ ଟ୍ରେସିଂ ଜାରି ରହିଛି ।
ନୂଆ ସଂକ୍ରମିତଙ୍କୁ ମିଶାଇ ଶୁକ୍ରବାର ସୁଦ୍ଧା ଜିଲ୍ଲାରେ ପଜିଟିଭ ସଂଖ୍ୟା ୫୩୬ ହୋଇଛି । ଏମାନଙ୍କ ମଧ୍ୟରୁ ୩୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୧୯୩ ଜଣ କୋଭିଡ-୧୯ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏ ପର୍ଯ୍ୟନ୍ତ ଜିଲ୍ଲାରେ ୨ ଜଣଙ୍କର କୋଭିଡରେ ମୃତୁ୍ୟ ହୋଇଛି । ଅନ୍ୟପକ୍ଷରେ, ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମାଲକାନଗିରି ପୌରାଞ୍ଚଳ ଓ ବାଲିମେଳା ଏନଏସିକୁ ଗତ ଗୁରୁବାର ରାତି ୯ ଟାରୁ ଆସନ୍ତା ୨ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । ସହରର ବିଭିନ୍ନ ଛକରେ ପୁଲିସ ପହରା କଡାକଡି କରାଯାଇଛି । ଅଗ୍ନିଶମ ବିଭାଗ ଜରିଆରେ ସହରର ସାହିବସ୍ତି ବିଶୋଧନ ଜାରି ରହିଛି । ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀ, ଶିକ୍ଷକଶିକ୍ଷୟିତ୍ରୀ ଘରଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ବିବରଣୀ ସଂଗ୍ରହ କରୁଛନ୍ତି । ମାସ୍କ ପିନ୍ଧିବା, ପରସ୍ପର ମଧ୍ୟରେ ସାମାଜିକ ଦୂରତା ରକ୍ଷା ସହ ସରକାରୀ କଟକଣାକୁ ମାନିବାକୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons