କଟକ,(ବି.ବି.ବୁ୍ୟରୋ): ଜାଲ୍ ବିଲ୍ ବ୍ୟବହାର କରି ପ୍ରାୟ ୧୩୮ କୋଟି ଟଙ୍କା ଜିଏସ୍ଟି ଠକେଇ କରାଯାଇଛି । ଏହି ଘଟଣାରେ ଓଡ଼ିଶା ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବା କର କମିସନରଙ୍କ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ଚଢ଼ଉ କରି ୪ ବ୍ୟବସାୟୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଯାଜପୁର ବିରଜା ଷ୍ଟିଲ୍ର ଅଂଶିଦାର ରାମଚନ୍ଦ୍ର ମଲ୍ଲିକ, ବିରଜା ଷ୍ଟିଲ୍ର ଲିଜ୍ ହୋଲ୍ଡର ରାଉରକେଲାର ଦୀନଦୟାଲ ଅଗ୍ରୱାଲ୍, ବିରଜା ଷ୍ଟିଲ୍ର ଅଂଶିଦାର ତଥା ରାଉରକେଲା ଅନନ୍ତଭୁଜ କନ୍ଷ୍ଟ୍ରକ୍ସନ୍ ପ୍ରାଇଭେଟ୍ ଲିମିଟେଡ୍ର ନିଦେ୍ର୍ଧଶକ ଓ ଆଖଣ୍ଡଳମଣୀ ଏଣ୍ଟରପ୍ରାଇଜେସ୍ ରାଉରକେଲାର ମାଲିକ ଆଦିତ୍ୟ କୁମାର ନାୟକ ଏବଂ ରାଉରକେଲାର ଅତୁଲ ବନ୍ସଲ୍ । ରାଜ୍ୟରେ ଏହା ସର୍ବବୃହତ ଜିଏସ୍ଟି ଠକେଇ ।
ମିଳିଥିବା ସୂଚନା ଅନୁସାରେ, ରାଉରକେଲାର ଅତୁଲ ବନ୍ସଲ୍ ଏ ସଂପୂର୍ଣ୍ଣ ଠକେଇ ଘଟଣାର ମାଷ୍ଟରମାଇଣ୍ଡ୍ । ସେ’ କିଛି ଗୃହିଣୀ, ଟ୍ୟାକ୍ସି ଚାଳକ, ଦିନ ମଜୁରିଆ, ପାଣି ମିସ୍ତ୍ରୀ, ପାନ ଦୋକାନି ଓ ବେକାର ଯୁବକ ଯୁବତୀଙ୍କୁ ରୋଜଗାର ଦେବା ତଥା ଅଧିକ ଅର୍ଥ ପ୍ରଦାନ କରିବା ଆଳରେ ସେମାନଙ୍କର ବିଭିନ୍ନ ପରିଚୟ ପତ୍ର ସଂଗ୍ରହ କରିଥିଲେ । ଯେପରିକି ପ୍ୟାନ୍ କାର୍ଡ, ଆଧାର କାର୍ଡ ଓ ଭୋଟର କାର୍ଡ ଭଳି ପରିଚୟପତ୍ର ସଂଗ୍ରହ କରି ସେମାନଙ୍କ ନାମରେ ପ୍ରାୟ ୨୦ଟି ଜାଲ୍ ବ୍ୟବସାୟିକ ପ୍ରତିÂାନ ସୃଷ୍ଟି କରି ତାହାକୁ ଜିଏସ୍ଟି ପଞ୍ଜିକରଣ କରିଥିଲେ । ଏହା ପରେ ଉକ୍ତ ବ୍ୟବସାୟିକ ପ୍ରତିÂାନ ଜରିଆରେ କୌଣସି ଜିନିଷ କିଣାବିକା ନକରି ଜାଲ୍ ବିଲ୍ ଜରିଆରେ କୋଟି କୋଟି ଟଙ୍କାର ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ ବ୍ୟବସାୟୀମାନଙ୍କୁ ହସ୍ତାନ୍ତର କରିଥିଲେ । ଏଥିରେ ରାଜ୍ୟର ଓ ରାଜ୍ୟ ବାହାରର ବ୍ୟବସାୟୀ ମଧ୍ୟ ଅଛନ୍ତି । ପ୍ରାୟ ୬୦୩ କୋଟି ଟଙ୍କାର ଜିନିଷ କିଣିଥିବା ଓ ୭୪୩ କୋଟି ଟଙ୍କାର ଜିନିଷ ବିକ୍ରି କରିଥିବା ଦର୍ଶାଇ ସରକାରଙ୍କୁ ୧୩୮ କୋଟି ଟଙ୍କାର ଟିକସ ଫାଙ୍କିଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି କଳା କାରବାରକୁ ଆଇନ ସମ୍ମତ କରିବା ପାଇଁ ବ୍ୟବସାୟ ପ୍ରତିÂାନମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଖୋଲି କୋଟି କୋଟି ଟଙ୍କାର ନେଣଦେଣ ଦର୍ଶାଯାଇଛି । ରାଜ୍ୟ ଭିତରେ ଯେଉଁ ବ୍ୟବସାୟୀମାନେ ଏହି ଜାଲ୍ ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ ବ୍ୟବହାର କରି ଟିକସ ଫାଙ୍କିଛନ୍ତି ସେମାନଙ୍କଠାରୁ ଟିକସ ଫାଙ୍କିର ପରିମାଣ ଏବଂ ସୁଧ ସହ ଜରିମାନା ଆଦାୟ କରାଯିବାକୁ ବିଭାଗ ତରଫରୁ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ । ବାହାର ରାଜ୍ୟର ଯେଉଁ ବ୍ୟବସାୟୀମାନେ ଏହି ଜାଲ୍ ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ ନେଇଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁÂାନ ପାଇଁ ସଂପୃକ୍ତ ରାଜ୍ୟର ଜିଏସ୍ଟି କମିସନରଙ୍କୁ ଅନୁରୋଧ କରାଯିବ ବୋଲି ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ଠକେଇରେ ଅନ୍ୟମାନଙ୍କ ସଂପୃକ୍ତିର ତଦନ୍ତ ଜାରି ରହିଥିବା ବାଣିଜ୍ୟକର ଓ ଦ୍ରବ୍ୟ ସେବା କର କମିସନର ସୁଶିଲ କୁମାର ଲୋହାନୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ଅବସରରେ ଅତିରିକ୍ତ କମିସନର ମାନଭଞ୍ଜନ ଆଚାର୍ଯ୍ୟ ଓ ଯୁଗ୍ମ କମିସନର ବିନୟ କୁମାର ପାଲ୍ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.