୧୩ ଜିଲ୍ଲାବାସୀଙ୍କୁ ମାଲକାନଗିରି ମନା

Get real time updates directly on you device, subscribe now.

ମାଲକାନିଗିରି: ବାହାର ଜିଲ୍ଲାରୁ ଆସୁଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ମାଲକାନଗିରି ଜିଲାରେ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ଉପରେ ରୋକ ଲଗାଇବାକୁ ଏଥର ନୂଆ ନିୟମ ଲାଗୁ କରିଛି ପ୍ରଶାସନ।
ରାଜ୍ୟର ୧୩ ଜିଲ୍ଲାବାସୀଙ୍କ ମାଲକାନଗିରି ଯିବା ଉପରେ ଲାଗୁ ହୋଇଛି କଟକଣା। ଏହି ୧୩ ଜିଲାବାସୀଙ୍କୁ ମାଲକାନଗିରି ଯିବାକୁ ବାରଣ କରାଯାଇଛି।ଏହି ଜିଲ୍ଲାଗୁଡ଼ିକ ହେଉଛି, ଗଞ୍ଜାମ , କଟକ, ଭଦ୍ରକ, ଖୋର୍ଦ୍ଧା(ଭୁବନେଶ୍ୱର), ଯାଜପୁର, ନୟାଗଡ଼, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ, କେନ୍ଦ୍ରାପଡା, ଗଜପତି, ବାଲେଶ୍ଵର, ଜଗତସିଂହପୁର ରହିଛି। ଅତି ଆବଶ୍ୟକ ପଡ଼ିଲେ ଏହି ଜିଲ୍ଲାରୁ ଯେଉଁମାନେ ମାଲକାନଗିରି ଯିବେ, ସେମାନେ ୧୪ଦିନିଆ ସରକାରୀ କ୍ୱାରେଣ୍ଟାଇନ୍‌ କିମ୍ବା ପେଡ କ୍ୱାରେଣ୍ଟାଇନ୍‌ରେ ରହିବେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଜିଲ୍ଲାପାଳ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons