୧୩ ଜିଲ୍ଳାରେ ନୂଆ ଏସ୍ପି:ସୁଧାଂଶୁ ଷଡ଼ଙ୍ଗୀ ନୂଆ ପୁଲିସ୍ କମିଶନର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ରାଜ୍ୟ ସରକାର ଆଜି ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି । ୧୩ ଜିଲ୍ଲାରେ ବଦଳିଛନ୍ତି ଏସ୍ପି । ଭୁବନେଶ୍ୱର-କଟକ ପୁଲିସ କମିଶନର ବି ବଦଳିଛନ୍ତି । ୬ଟି ଯାକ ରେଞ୍ଜରେ ଆଇଜି, ଡିଆଇଜି ପଦବୀରେ ପରିବର୍ତ୍ତନ କରାଯାଇଛି । ଖାଲି ସେତିକି ନୁହେଁ, ଭୁବନେଶ୍ୱର ଭିଜିଲାନ୍ସ ଏସ୍ପି, କଟକ କ୍ରାଇମ୍ବ୍ରାଞ୍ଚ ଏସ୍ପି, ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)ଏସ୍ପି ଓ ଟ୍ରାଫିକ୍ ଡିସିପି ବଦଳିଛନ୍ତି ।
ଭୁବନେଶ୍ୱର କଟକ ପୁଲିସ୍ କମିଶନର ଥିବା ଅତିରିକ୍ତ ଡିଜି ସତ୍ୟଜିତ ମହାନ୍ତିଙ୍କୁ ଜେଲ୍ ବିଭାଗ ଦାୟିତ୍ୱ ଦିଆଯାଇଛି । ଏସ୍ସିଆରବିର ନିର୍ଦ୍ଦେଶକ ଥିବା ସୁଧାଂଶୁ ଷଡଙ୍ଗୀଙ୍କୁ ପୁଲିସ କମିଶନର ପଦବୀରେ ନିଯୁକ୍ତ କରାଯାଇଛି । ଜେଲ୍ ଦାୟିତ୍ୱରେ ଥିବା ଅତରିକ୍ତ ଡିଜି ମହେନ୍ଦ୍ର ପ୍ରତାପଙ୍କୁ କଟକସ୍ଥିତ ସରକାରୀ ପ୍ରେସ୍ ଦାୟିତ୍ୱ ଦିଆଯାଇଛି । ଆଇନ୍ ଶୃଙ୍ଖଳା ଦାୟିତ୍ୱରେ ଥିବା ଅତିରିକ୍ତ ଡିଜି ସଞ୍ଜୀବ ପଣ୍ଡାଙ୍କୁ ପରିବହନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ଅତିରିକ୍ତ ଡିଜି ଆର୍ପି କୋଚେଙ୍କୁ ଶ୍ରୀ ପଣ୍ଡାଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛି ।
ଅଗ୍ନିଶମ ବିଭାଗ ଆଇଜି ରାଜେଶ କୁମାରଙ୍କୁ ଏସ୍ସିଆରବିର ନିର୍ଦ୍ଦେଶକ ପଦବୀରେ ଅବସ୍ଥାପିତ କରାଯାଇଛି । ଆଶିଷ ସିଂହଙ୍କୁ କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ବଦଳି କରାଯାଇଛି । ଏସ୍ସି /ଏସ୍ଟି ସେଲ୍ରେ ଥିବା ଦୀପ୍ତେଶ ପଟ୍ଟନାୟକଙ୍କୁ ପଦୋନ୍ନତି ଦିଆଯାଇ ଉତ୍ତରାଞ୍ଚଳ ଆଇଜି ଭାବେ ଦାୟିତ୍ୱ ଦିଆଯାଇ ବାଲେଶ୍ୱରରେ ଅବସ୍ଥାପିତ କରାଯାଇଛି । କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଆଇଜି ପର୍ସୋନେଲ୍କୁ ବଦଳି କରାଯାଇଛି । ଏସ୍ଆଇଡବ୍ଲ୍ୟୁର ଆଇଜି ଘନଶ୍ୟାମ ଉପାଧ୍ୟାୟଙ୍କୁ ଇଓଡବ୍ଲ୍ୟୁକୁ ବଦଳି କରାଯାଇଛି । ଛୁଟିରୁ ଫେରିବା ପରେ ଏନ୍.ଭାରତୀଙ୍କୁ ଏଚ୍ଆର୍ପିସିର ଆଇଜି ପଦବୀରେ ଅବସ୍ଥାପିତ କରାଯାଇଛି । ରାଜ୍ୟ ସଶସ୍ତ୍ର ବଳ (ଏସ୍ଏପି) ଆଇଜି ଅମିତାଭ ଠାକୁର ଆଇଜି ଅପରେସନ୍ ଦାୟିତ୍ୱ ସମ୍ଭାଳିବେ । ଆଇଜି ପର୍ସୋନେଲ୍ ପିଏସ୍ ରଣପିସେଙ୍କୁ ଭିଜିଲାନ୍ସ ଆଇଜି ପଦବୀ ଦିଆଯାଇଛି । ଆଇଜି ରେଖା ଲୋହାନିଙ୍କୁ ପୁଲିସ୍ ଆଧୁନିକୀକରଣ ଆଇଜି କରାଯାଇଛି । ପୁଲିସ୍ ମୁଖ୍ୟାଳୟରେ ଥିବା ଆଇଜି ଅସିତ ପାଣିଗ୍ରାହୀଙ୍କୁ ହୋମଗାର୍ଡ ଓ ଅଗ୍ନିଶମ ବିଭାଗକୁ ବଦଳି କରାଯାଇଛି । ବ୍ରହ୍ମପୁରରେ ଥିବା ଦକ୍ଷିଣାଞ୍ଚଳ ଡିଆଇଜି ଜତିନ୍ଦ୍ର କୋଏଲଙ୍କୁ ରାଜ୍ୟ ସଶସ୍ତ୍ର ବଳ (ଏସ୍ଏପି) ଦାୟିତ୍ୱ ଦିଆଯାଇଛି ।
ସମ୍ବଲପୁରରେ ଥିବା ଉତ୍ତରାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇଙ୍କୁ ବ୍ରହ୍ମପୁର ଅଣାଯାଇଛି । କୋରାପୁଟରେ ଥିବା ଡିଆଇଜି ହିମାଂଶୁ ଲାଲ୍ଙ୍କୁ ସମ୍ବଲପୁରକୁ ବଦଳି କରାଯାଇଛି । କଟକ ପୁଲିସ ମୁଖ୍ୟାଳୟରେ ଥିବା ଡିଆଇଜି ସଫିନ୍ ଅହମ୍ମଦ ଖାନ୍ଙ୍କୁ କୋରାପୁଟ୍ ଡିଆଇଜି ଭାବେ ବଦଳି କରାଯାଇଛି । ବାଲେଶ୍ୱରରେ ଥିବା ଡିଆଇଜି ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ କ୍ରାଇମ୍ବ୍ରାଞ୍ଚକୁ ବଦଳି କରାଯାଇ କଟକରେ ଅବସ୍ଥାପିତ କରାଯାଇଛି । ଏସ୍ଓଜି କମାଣ୍ଡାଣ୍ଟ୍ ଥିବା ଅନିରୁଦ୍ଧ ସିଂହଙ୍କୁ ଏସ୍ଆଇଡବ୍ଲ୍ୟୁ ଡିଆଇଜି ଭାବେ ବଦଳି କରାଯାଇଛି ।
ବରଗଡ଼ ଏସ୍ପି ମୁକେଶ କୁମାର ଭାମୋଙ୍କୁ କୋରାପୁଟ ଏସ୍ପି ଭାବେ ବଦଳି କରାଯାଇଥିବା ବେଳେ କୋରାପୁଟ ଏସ୍ପି ଡ. କେ.ଭି ସିଂହ ସମ୍ବଲପୁର ବଦଳି ହୋଇଛନ୍ତି । ବାଲିଗୁଡ଼ା ଏସ୍ଡିପିଓ ବିନୀତ ଅଗ୍ରୱାଲ୍ଙ୍କୁ ନୂଆପଡା ଏସ୍ପି ଭାବେ ବଦଳି କରାଯାଇଛି । ଜୟପୁର ଏସ୍ଡିପିଓ କୁମାରୀ ସାଗରିକା ନାଥଙ୍କୁ ଟ୍ରାଫିକ୍ ଡିସିପି (କମିଶନରେଟ୍ ପୁଲିସ୍) ନିଯୁକ୍ତ ହୋଇଛନ୍ତି । ମୟୁରଭଞ୍ଜ ଏସ୍ପି ଅବିନାଶ କୁମାରଙ୍କୁ ଇଓଡବ୍ଲ୍ୟୁ ଏସ୍ପି ଭାବେ ବଦଳି କରାଯାଇଛି । ମାଲକାନଗିରି ଏସ୍ଡିପିଓ କେ.ଆର ଦାଣ୍ଡିଓଙ୍କୁ ସେହି ମାଲକାନଗିରିରେ ଏସ୍ପି ଦାୟିତ୍ୱ ଦିଆଯାଇଛି । ଭୁବନେଶ୍ୱର ଡିସିପି ହେଡ୍ କ୍ୱାଟର୍ସ ଡିସିପି ଥିବା ପଦ୍ମିନୀ ସାହୁଙ୍କୁ ବରଗଡ଼ ଏସ୍ପି ଭାବେ ବଦଳି କରାଯାଇଛି ।
ରାଉରକେଲାରେ ଏସ୍ଆରପି ଦାୟିତ୍ୱରେ ଥିବା ଅଜୟ ପ୍ରତାପ ସ୍ୱାଇଁଙ୍କୁ ଖୋର୍ଦ୍ଧା ଏସ୍ପି ଭାବେ ବଦଳି କରାଯାଇଥିବାବେଳେ ଏହା ସେପ୍ଟେମ୍ବର ୧ ତାରିଖରୁ ତାହା କାର୍ଯ୍ୟକାରୀ ହେବ ବୋଲି ଦର୍ଶାଯାଇଛି । ଭୁବନେଶ୍ୱର ଅତିରିକ୍ତ ଡିସିପି ତ୍ରିନାଥ ପଟେଲ୍ଙ୍କୁ ରାଉରକେଲାରେ ଶ୍ରୀ ସ୍ୱାଇଁଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଛି । ବୌଦ୍ଧ ଏସ୍ପି ସୁଧାଂଶୁ ଶେଖର ମିଶ୍ରଙ୍କୁ କଟକ କ୍ରାଇମ୍ବ୍ରାଞ୍ଚ ଏସ୍ପି ଭାବେ ବଦଳି କରାଯାଇ ଥିବା ବେଳେ ରାୟଗଡ଼ାରେ ଅତିରିକ୍ତ ଏସ୍ପି ୱାଇ. ରଘୁନାଥ ରାୟଙ୍କୁ ଶ୍ରୀ ମିଶ୍ରଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଛି । ଭିଜିଲାନ୍ସ ଏସ୍ପି ଆର. ପ୍ରକାଶଙ୍କୁ ଜଗତସିଂହପୁର ଏସ୍ପି ଭାବେ ବଦଳି କରାଯାଇଛି । ମାଲକାନଗିରି ଏସ୍ପି ଜଗମୋହନ ମିନାଙ୍କୁ ଅନୁଗୁଳ ଏସ୍ପି ଭାବେ ଦାୟିତ୍ୱ ମିଳିଛି । ଅନୁଗୁଳରେ ଥିବା ମିତ୍ରଭାନୁ ମହାପାତ୍ରଙ୍କୁ କେନ୍ଦୁଝର ଏସ୍ପି ଭାବେ ବଦଳି କରାଯାଇଛି । ବଲାଙ୍ଗୀର ଏସ୍ପି କେ. ଶିବା ସୁବ୍ରମଣିଙ୍କୁ ରାଉରକେଲା ଏସ୍ପି ଭାବେ ବଦଳି କରାଯାଇଛି । ତାଙ୍କ ଜାଗାରେ କ୍ରାଇମ୍ବ୍ରାଞ୍ଚ ଏସ୍ପି ଏମ୍.ଏସ୍ ସମ୍ପଥଙ୍କୁ ବଲାଙ୍ଗୀରରେ ଅବସ୍ଥାପିତ କରାଯାଇଛି । ରାଉରକେଲା ଏସ୍ପି ସାର୍ଥକ ଷଢଙ୍ଗୀଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ଏସ୍ପି ଭାବେ ବଦଳି କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons