୧୪୪ କେଜି ଗଞ୍ଜେଇ ଜବତ, ୩ ଗିରଫ

Get real time updates directly on you device, subscribe now.

ମୋହନା,(ବି.ବି.ନୁ୍ୟଜ): ମୋହନାରୁ ବ୍ରହ୍ମପୁର ଚାଲଣ ହେଉଥିବା ଗଞ୍ଜେଇ ଆଜି ବଡ଼ଗଡ଼ ପୁଲିସ ଜବତ କରିଛି । ଏଥିରେ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ବ୍ରହ୍ମପୁରର ବିଷ୍ଣୁ ପ୍ରସାଦ ସାହୁ, ତାରସିଂ ଥାନା ଅଧୀନ ବନ୍ଥ ଗ୍ରାମର ବିରଞ୍ଚôବୀ ବାରିକ ଓ ଚାରିଖୋଲର ଟୁକୁନା ବାରିକ ବୋଲି ବଡ଼ଗଡ଼ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ଆସନ୍ତାକାଲି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ।
ଥାନା ସୂତ୍ରରୁ ପ୍ରକାଶ, ମୋହନାରୁ ଏକ ଭ୍ୟାନ୍ରେ ମୃଦୁ ପାନୀୟ ବଡ଼ଗଡ଼ ଦେଇ ବ୍ରହ୍ମପୁର ଯାଉଥିଲା । ଡାଲଖାଇ ମନ୍ଦିର ନିକଟରେ ବଡ଼ଗଡ଼ ଆଇଆଇସି ଭ୍ୟାନ୍ ଅଟକାଇ ପୁଲିସ ଯାଞ୍ଚ କରିଥିଲେ । ଉପରେ ମୃଦୁ ପାନୀୟ ତଳେ ଗଞ୍ଜେଇ ଚାଲଣ ହେଉଥିବା ପୁଲିସ ଜାଣିବାକୁ ପାଇଥିଲା । ୧୪୪ କେଜି ଗଞ୍ଜେଇ ଜବତ ହୋଇଥିବାବେଳେ ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଆଇଆଇସି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons