୧୪୪ ଧାରା ସତ୍ତେ୍ୱ ପଡ଼ିଲା ଶତାଧିକ ବଳି

Get real time updates directly on you device, subscribe now.

ସୋରଡ଼ା,(ବି.ବି.ନୁ୍ୟଜ୍): କରୋନା ଭୂତାଣୁ ସଂକ୍ରମଣ ରୋକିବା ନେଇ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ମାତ୍ର ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳରେ ଏହାକୁ ମାନିଲେ ନାହିଁ ଶ୍ରଦ୍ଧାଳୁ । ସକାଳୁ ରକ୍ତ ରଞ୍ଜିତ ହୋଇଗଲା ପଦାରଉଶୁଣୀ କନ୍ଧୁଣୀ ଦେବୀ ପୀଠ । ଶହଶହ ଛାଗ ଓ କୁକୁଡ଼ା ବଳି ପକାଯାଇଛି । ବିଳମ୍ବରେ ପ୍ରଶାସନ ପହଞ୍ଚି ତାଗିଦ୍ କରିବା ପରେ ମନ୍ଦିର ପରିସର ଖାଲି ହୋଇଥିଲା ।
କରୋନା ମୁକାବିଲାକୁ ନେଇ ପ୍ରଶାସନ ଜାରି କରିଛି ୧୪୪ ଧାରା । ସଭାସମିତି ଠାରୁ ଆରମ୍ଭ କରି ବିବାହ କାର୍ଯ୍ୟ, ଭୋଜି, ଧାର୍ମିକ ସମାବେଶ ଆଦି ବନ୍ଦ ପାଇଁ ନିଦେ୍ର୍ଧଶ ଦିଆଯାଇଛି । ସଚେତନତା ମଧ୍ୟ କରାଯାଉଛି । ମାତ୍ର ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକରେ ଏହି ୧୪୪ ଧାରା କାମ ଦେଲାନି । ଆଜି ଥିଲା ଚୈତ୍ର ଦ୍ୱିତୀୟ ମଙ୍ଗଳବାର । ସକାଳୁ ସକାଳୁ ଶତାଧିକ ଶ୍ରଦ୍ଧାଳୁ କନ୍ଧୁଣୀ ଦେବୀ ପୀଠରେ ପହଞ୍ଚିଥିଲେ । ମା’ଙ୍କ ଦର୍ଶନ କରିବା ସହ ବଳି ପକାଇବା ପାଇଁ ଧାଡ଼ିରେ ଠିଆ ହୋଇ କାଟିଥିଲେ ମନ୍ଦିର ରସିଦ । ମନ୍ଦିର ନିକଟରେ କୌଣସି ପୁଲିସ ମୁତୟନ ହୋଇନଥିଲେ । ପ୍ରାୟ ସାଢେ଼ ୯ଟାରୁ ଆରମ୍ଭ ହୋଇଗଲା ବଳି ପ୍ରଥା । ଗୋଟିଏ ପରେ ଗୋଟିଏ ଛାଗ ଓ କୁକୁଡ଼ା ବଳି ଦିଆଯାଇଥିଲା । ମନ୍ଦିର ପାହାଚ ଓ ଅନ୍ୟାନ୍ୟ ଜାଗା ରକ୍ତରେ ଭିଜିଗଲା । ଶ୍ରଦ୍ଧାଳୁମାନେ ମନ୍ଦିର ନିକଟରେ ଭୋଜି କାର୍ଯ୍ୟ ପାଇଁ ଆରମ୍ଭ କରିଦେଇଥିଲେ ପ୍ରସ୍ତୁତି । ଅନେକ ଲୋକ କେରଳ, ତାମିଲନାଡ଼ୁ, ଗୁଜୁରାଟ କାମ ପାଇଁ ଯାଇଥିବା ବେଳେ ଏବେ ଗାଁକୁ କିଛି ଦିନ ହେଲା ଫେରିଛନ୍ତି ।
ପ୍ରଶାସନ ପକ୍ଷରୁ ଥାନା ପରିସରରୁ ବାହାରିଥିଲା କରୋନା ମୁକାବିଲା ସଚେତନତା ରଥ । ୧୪୪ ଧାରା ଜାରି ହୋଇଥିବା ଜଣାଇବା ସହ ଦୋକାନ ବଜାର ବନ୍ଦ କରାଯାଇଥିଲା । ଅତିରିକ୍ତ ତହସିଲଦାର କୁରେଶଚନ୍ଦ୍ର ଜାନୀ କନ୍ଧୁଣୀ ଦେବୀ ପୀଠରେ ପହଞ୍ଚି ଏଭଳି କାର୍ଯ୍ୟକୁ ତାଗିଦ୍ କରିଥିଲେ । ଆଇନ୍କୁ ଅବମାନନା କଲେ ଦୃଢ଼ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି କହିଥିଲେ । କରୋନା ସଚେତନତା ଏବଂ ୧୪୪ ଧାରା ବିଷୟରେ କହିବା ସହ ମନ୍ଦିର ନିକଟରେ ଭୋଜି ପ୍ରସ୍ତୁତିକୁ ବନ୍ଦ କରିଛନ୍ତି । ଏଥିସହ ମନ୍ଦିର ଫାଟକ ବନ୍ଦ କରାଯାଇଛି । ଏନେଇ ଅତିରିକ୍ତ ତହସିଲଦାର କୁରେଶଚନ୍ଦ୍ର ଜାନୀଙ୍କୁ ପଚାରିବାରେ କନ୍ଧୁଣୀ ଦେବୀ ପୀଠରେ ଗତକାଲି ପହଞ୍ଚି ମନ୍ଦିର କମିଟିକୁ ତାଗିଦ୍ କରିଥିବା କହିଛନ୍ତି । ଆସନ୍ତାକାଲି ବଳି, ଭୋଜି ଭାତ କାର୍ଯ୍ୟକ୍ରମ ନକରିବା ପାଇଁ ମନ୍ଦିର କମିଟିକୁ କହିଥିଲେ । ତେବେ ବଳି ସଂପର୍କରେ ଆଜି ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତାଗିତ୍ କରିବା ସହ ବନ୍ଦ କରିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । ଏପରିକି ଆସନ୍ତା ପାଳି ଯଦି ମନ୍ଦିର କମିଟି ନଶୁଣିବ ଦୃଢ଼ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ତହସିଲଦାର କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons