ମୋହନା, (ବି.ବି.ନୁ୍ୟଜ୍): ଅଡ଼ବା ଥାନା ଅଧୀନ ଗୁଲୁବା ପଞ୍ଚାୟତ ଗାଲିମେରା ଗ୍ରାମ ନିକଟରେ ପ୍ରାୟ ୭୪ ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇକୁ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ନଷ୍ଟ କରାଯାଇଛି । ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୪ କୋଟି ୮୦ ଲକ୍ଷ ଟଙ୍କା ହେବବୋଲି ବନବିଭାଗ ସୂଚନା ଦେଇଛି । ଏସ୍ଡିପିଓ ଅଶୋକ କୁମାର ମହାନ୍ତିଙ୍କ ସୂଚନା ପ୍ରକାରେ ଉକ୍ତ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ହେଉଥିବା ନେଇ ସୂଚନା ମିଳିଥିଲା । ଜିଲ୍ଲାପାଳ ଅନୁପମ ଶାହା ଓ ଏସ୍ପି ସାରା ଶର୍ମାଙ୍କ ନିଦେ୍ର୍ଧଶ କ୍ରମେ ଉକ୍ତ ଅଞ୍ଚଳରେ ମିଳିତ ଚଢାଉ କରାଯାଇଥିଲା । ପ୍ରଥମେ ଗଞ୍ଜେଇ ଗଛ ଗୁଡ଼ିକୁ କଟାଯାଇଥିଲା ଏବଂ ପରେ ସେଗୁଡ଼ିକୁ ପୋଡ଼ି ନଷ୍ଟ କରାଯାଇଥିଲା । ଚଢଉରେ ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ମାଜିଷ୍ଟେ୍ରଟ ଦାୟିତ୍ୱରେ ଥିବାବେଳେ ଅଡ଼ବା ଥାନା ଭାରପ୍ରାପ୍ତ ଅଧିକାରୀ ଆଲୋକ ରଞ୍ଜନ ଜଗଦଲା, ଅବକରୀ ନିରୀକ୍ଷକ ସୁରୀ ବାବୁଙ୍କ ସମେତ ପୁଲିସ, ଅବକାରୀ, ରାଜସ୍ବ ଓ ବନବିଭାଗ କର୍ମଚାରୀ ସାମିଲ ହୋଇଥିଲେ ।
Comments are closed, but trackbacks and pingbacks are open.