୧୫୦୦ ଡେଇଁଲା ପଜିଟିଭ୍

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ୍): ରାୟଗଡ଼ା ଜିଲ୍ଲାରେ କରୋନା ସଂକ୍ରମଣ ଥମିବାର ନାଁ ନେଉନି । ଆଜି ଜଣେ ଯୋଦ୍ଧାଙ୍କ ସମେତ ୨୭ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦୬କୁ ଛୁଇଁଛି । ଆଜିର ଯୋଦ୍ଧାଙ୍କୁ ମିଶାଇ ଜିଲ୍ଲାରେ ୨୯୦ଜଣ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କ ସଂସ୍ପର୍ଶର୍ରେ ୧୬ଜଣ ଆସିଥିବା ପ୍ରାଥମିକ ସୂଚନା ହସ୍ତଗତ ହୋଇଛି । ସଂକ୍ରମଣ ବୃଦ୍ଧି ପାଉଥିବାରୁ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ଜାତ ହୋଇଛି । ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ୱିଟ କରାଯିବା ପରେ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡାକ୍ତର ଆର୍ତ୍ତବନ୍ଧୁ ନାୟକ ସୂଚନା ପ୍ରଦାନ କରିଛନ୍ତି ।
ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୩ ଜଣ ପୁରୁଷ ଏବଂ ୧୪ ଜଣ ମହିଳା ରହିଛନ୍ତି । ୨୭ ଜଣଙ୍କ ମଧ୍ୟରେ ରାୟଗଡ଼ା ସହରରୁ ସର୍ବାଧିକ ୧୩ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଗୁଡ଼ାରୀରୁ୬, ଗୁଣପୁର ସହରରୁ ୩, ରାୟଗଡ଼ା ବ୍ଲକରୁ ୩, ରାମନାଗୁଡ଼ା ଓ କଲ୍ୟାଣସିଂହପୁର ବ୍ଲକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯୋଦ୍ଧା ଜଣକ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଅଟନ୍ତି । ସେ କରୋନା ମୁକାବିଲା କାର୍ଯ୍ୟରେ ନିୟୋଜିତ ଥିଲେ । ଆଜିର ଚିହ୍ନଟ ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶର୍ରେ ଆସି ସମସ୍ତେ ଗୃହ ସଂଗରୋଧରେ ରହିଥିଲେ । ସେମାନଙ୍କ ସ୍ୱାବ ପରୀକ୍ଷା ପରେ ଆଜି ପଜିଟିଭ ବାହାରିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଗତ ୭ତାରିଖରେ ଜିଲ୍ଲାର ଅନେକଜଣଙ୍କ ନମୁନା ଭୁବନେଶ୍ୱର ଆରଏମଆରସିକୁ ପରୀକ୍ଷା ପାଇଁ ପଠାଯାଇଥିଲା । ସେଥିରୁ ୨୭ଟି ନମୁନା ପଜିଟିଭ ବାହାରିଥିଲା । ଆକ୍ରାନ୍ତ ଚିହ୍ନଟ ପରେ ସମ୍ପୃକ୍ତ ଅଞ୍ଚଳଗୁଡ଼ିକ ଆଜି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବା ସହ ନିକଟ ଘରଗୁଡ଼ିକ ଆଇସୋଲେସନ କରାଯାଇଛି । ଦମକଳ ବାହିନୀ ଦ୍ୱାରା ସାନିଟାଇଜ୍ କରାଯାଇଛି । ଆଜିର ଆକ୍ରାନ୍ତଙ୍କୁ ଜେକେପୁର ଜିଲ୍ଲା କୋଭିଡ୍ ମେଡ଼ିକାଲ, ଦୋରାଗୁଡ଼ା, ଗୁଣପୁର, ବିଷମକଟକ ଓ ତାଡ଼ମା କୋଭିଡ୍ କେୟାର ସେଣ୍ଟରରେ ଭର୍ତ୍ତିର୍ କରାଯାଇଛି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆଉ କେଉମାନେ ଆସିଛନ୍ତି ଅନୁଧ୍ୟାନ ଚାଲିଥିବା ଡାକ୍ତର ନାୟକ ସୂଚନା ଦେଇଛନ୍ତି । ଲୋକେ ଅଧିକ ସଚେତନ ରହିବା ପାଇଁ ସେ ନିବେଦନ କରିବା ସହ ଗାଇଡ଼ଲାଇନ୍ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons