୧୫୦ ଲିଟର ରନ୍ଧା ମଦ ଜବତ

Get real time updates directly on you device, subscribe now.

ବାସୁଦେବପୁର (ବି.ବି.ନୁ୍ୟଜ୍): ଭଦ୍ରକ ଜିଲ୍ଲା ବାସୁଦେବପୁର ଥନାା ଅନ୍ତର୍ଗତ ଇରମରୁ ଆଜି (ମଙ୍ଗଳବାର) ୧୫୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି । ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି । ତାଙ୍କ ନାଁ ସୂର୍ଯ୍ୟକାନ୍ତ ଦାସ । ତାଙ୍କ ଘର ସେହି ଇରମ ଗାଁରେ । ସୂର୍ଯ୍ୟକାନ୍ତ ରନ୍ଧା ମଦ ବିକ୍ରି କରୁଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ଏହା ପରେ ଆଜି (ମଙ୍ଗଳବାର) ସକାଳେ ଗାଁରେ ଚଢ଼ଉ କରି ୧୫୦ ଲିଟର ରନ୍ଧା ମଦ ଜବତ କରିଥିଲା । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ସୂର୍ଯ୍ୟକାନ୍ତକୁ କୋର୍ଟ ଚାଲାଣ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons