୧୫ ଗାଡ଼ି ଉଦ୍ଧାର, ୩ ଗିରଫ

Get real time updates directly on you device, subscribe now.

କୋରାପୁଟ: ଏକ ବଡ଼ ଧରଣର ବାଇକ୍ ଚୋରି ର୍ୟାକେଟକୁ ଧରିବାରେ ସଫଳ ହୋଇଛି କୋରାପୁଟ ଟାଉନ୍ ପୁଲିସ୍ । ର୍ୟାକେଟ୍ର ୩ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ପାଖରୁ ଜବତ ହୋଇଛି ୧୫ଟି ଚୋରି ବାଇକ୍ । ଗିରଫ ଅଭିଯୁକ୍ତମାନେ ହେଲେ ଟାଉନ ଥାନା ପୂଜାରୀପୁଟର ଚନ୍ଦନ ବଢେ଼ଇ, ଜୟପୁର ସଦର ଥାନା ସଉରାଗୁଡ଼ାର ରିଙ୍କୁ ପଟ୍ଟନାୟକ ଓ ସଲପା ଗ୍ରାମର ସନ୍ତୋଷ କୁମାର ସିଂ । ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା କୋରାପୁଟ ଏସ୍ଡିପିଓ ଗୁଣନିଧି ମଲ୍ଲିକ କହିନନ୍ତି ।
ସାମ୍ବାଦିକ ସମ୍ମିଳନିରେ ସୂଚନା ଦେଇ ଶ୍ରୀ ମଲ୍ଲିକ କହିଛନ୍ତି, ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲ ପରିସରରୁ ଗତ ମେ ୨୭ ତାରିଖରେ ଏକ ବାଇକ୍ ଚୋରି ହୋଇଥିଲା । ଏ ସଂପର୍କରେ ଟାଉନ୍ ଥାନାରେ ଅଭିଯୋଗ ହୋଇଥିଲା । ଏହାକୁ ଭିତ୍ତି କରି ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା । ଏହାପରେ ସହରରେ ଗାଡ଼ିଚୋରି ଘଟଣାକୁ ନେଇ ଆଉ ୩ଟି ମାମଲା ମଧ୍ୟ ଥାନାରେ ରୁଜୁ ହୋଇଥିଲା । ଏହାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଥିଲା ପୁଲିସ୍ । ଆଇଆଇସି ଧୀରେନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ ଗଢା ଯାଇଥିଲା । ଗାଡ଼ି ଚୋରି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସ୍ଥାନୀୟ ପୂଜାରୀପୁଟର ଅଜିତ କୁମାର ପାଣିଗ୍ରାହୀକୁ ପୁଲିସ ପ୍ରଥମେ ଗତ ୧୬ ତାରିଖରେ ଗିରଫ କରି କୋର୍ଟ ଚାଲଣ କରିଥିଲା । ତା ଠାରୁ ଗାଡ଼ି ଚୋରି ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା । ଅଜିତର ସୂଚନାକୁ ଆଧାର କରି ପୁଲିସ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିଲା । ଆଜି ଅନ୍ୟ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଅଭିଯୁକ୍ତ ସନ୍ତୋଷ ଚୋରି ଗାଡ଼ି ରଖିବା ଅପରାଧରେ ଗିରଫ ହୋଇଛି । ଜବତ ହୋଇଥିବା ବାଇକ୍ଗୁଡ଼ିକ ମେଡିକାଲ୍ କଲେଜ କ୍ୟାମ୍ପସ ସହ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିଲା । ଏ ସଂପର୍କରେ ଟାଉନ ଥାନାରେ ୧୩୩/୨୧, ୧୩୭/୨୧, ୧୪୩/୨୧ ଏବଂ ୧୪୪/୨୧ରେ ୪ଟି ମାମଲା ରୁଜୁ ହୋଇଥିଲା । ସାମ୍ବାଦିକ ସମ୍ମିଳନୀରେ ଟାଉନ ଥାନା ଆଇଆଇସି ଶ୍ରୀ ପଟ୍ଟନାୟକ, ଏସ୍ଆଇ ଚିତ୍ତରଞ୍ଜନ ପ୍ରଧାନୀ, ସୁଦର୍ଶନ ଅଧିକାରୀ, ଜେ. ସେଲମା ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ: ସତ୍ୟ ନାରାୟଣ ସାହୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons