୧୫ ଫୁଟ୍ ଲମ୍ବର ଅହିରାଜ ଉଦ୍ଧାର

Get real time updates directly on you device, subscribe now.

ନୀଳଗିରି,(ବି.ବି.ନୁ୍ୟଜ): ନୀଳଗିରି ବ୍ଲକ ଅଧୀନ ଅସନବଣି ଅଞ୍ଚଳରୁ ୧୫ଫୁଟ୍ ଲମ୍ବର ଅହିରାଜ ସାପ ଉଦ୍ଧାର ହୋଇଛି । ଏହି ଗ୍ରାମର ମାଲୁ ସିଂଙ୍କ ଘରେ ବିରାଟକାୟ ଅହିରାଜ ସାପ ପଶି ଗର୍ଜନ ଛାଡୁଥିଲା । ପରିବାର ଲୋକେ ଭୟରେ ବାହାରକୁ ପଳାଇ ଆସିଥିଲେ । ପରେ ସ୍ଥାନୀୟ ସାପ ଧରାଳି ସୁଶାନ୍ତ ମହାପାତ୍ର, ଗୟାଧର ବେହେରା, ବିରଜା ଶଙ୍କର ବେହେରା, ଦିଲ୍ଲୀପ ପାତ୍ର ସାପଟିକୁ ଉଦ୍ଧାର କରିଥିଲେ । ପରେ କୁଲଡିହା ଅଭୟାରଣ୍ୟରେ ଛାଡ଼ିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons