ମୋହନା, (ବି.ବି.ନୁ୍ୟଜ୍): ମୋହନା ଥାନା ପୁଲିସ ମଙ୍ଗଳବାର ଭୋର ସମୟରେ ବଡ଼ସିନ୍ଧବା ରାସ୍ତାରେ ଚଢଉ କରି ୧୮୦ କିଲୋ ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି । ସେ ହେଉଛି ଭାଲିଆଗଣ୍ଡା ଗ୍ରାମର ଥୋମାସ୍ ନାୟକ । ଆର୍.ଉଦୟଗିରି ଏସ୍ଡିପିଓ ଅଶୋକ କୁମାର ମହାନ୍ତିିଙ୍କ ସୂଚନା ପ୍ରକାରେ ଗଜପତି ଏସ୍ପି ସାରା ଶର୍ମାଙ୍କ ନିଦେ୍ର୍ଧଶ କ୍ରମେ ମୋହନା ଥାନାଧିକାରୀ ସୁଜିତ ନାୟକଙ୍କ ତତ୍ୱାବଧାନରେ ମଙ୍ଗଳବାର ଭୋର ସମୟରେ ବଡ଼ସିନ୍ଧବା ଅଞ୍ଚଳରେ ପାଟ୍ରୋଲିଂ କରାଯାଉଥିଲା । ଏହି ସମୟରେ ସକାଳ ପ୍ରାୟ ୬ଟା ବେଳେ ରାସ୍ତା କଡରେ ୭ଟି ଜରିବସ୍ତା ପଡ଼ିଥିବା ଦେଖିବାକୁ ପାଇଥିଲେ । ସେଗୁଡ଼ିକୁ ଯାଞ୍ଚ କରିବା ପରେ ସେଥିରେ ୧୮୦କିଲୋ ଗଞ୍ଜେଇ ଥିବା ଜଣାପଡ଼ିଥିଲା । ବସ୍ ଯୋଗେ ବ୍ରହ୍ମପୁର ଚାଲାଣ ହେବାକୁ ଥିବା ଜାଣିବାକୁ ପାଇଥିଲା ପୁଲିସ ।


Comments are closed, but trackbacks and pingbacks are open.