ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲାରେ ମଙ୍ଗଳବାର ଚିହ୍ନଟ ୨୦୧ ପଜିଟିଭ୍ ହେଉଛି ଗତ ୧୮ ଦିନ ମଧ୍ୟରେ ସର୍ବନିମ୍ନ । ଏଥିରେ ରହିଛି ୧୮୨ ଆକ୍ଟିଭ୍ କଣ୍ଟାକ୍ଟ ପଜିଟିଭ୍ କେସ୍, ୧୫ ଯୋଦ୍ଧା ଓ ୪ ପ୍ରବାସୀ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଧଶକଙ୍କ କାର୍ଯ୍ୟାଳୟର ଟ୍ୱିଟ୍ ମୁତାବକ ଜିଲ୍ଲାରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୮୧୨ରେ ପହଞ୍ଚିଛି । ସେପଟେ ସୁସ୍ଥ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ମଙ୍ଗଳବାର ସୁଦ୍ଧା ୮୧୩୬ (୬୮.୮୮ ଶତକଡା), କରୋନାରେ ମୃତୁ୍ୟବରଣ କରିଥିବା ମୃତକଙ୍କ ସଂଖ୍ୟା ୧୧୭ (୦.୯୯), ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୫୫୯ (୩୦.୧୩ ପ୍ରତିଶତ) ରହିଛି । ଉଲ୍ଲେଖଯୋଗ୍ୟ ଯେ ଜିଲ୍ଲାରେ ଅନ୍ୟ ୭ ଜଣ କରୋନା ସଂକ୍ରମିତଙ୍କ ଅନ୍ୟ ରୋଗରୁ ଜୀବନ ଯାଇଛି । ଅପରପକ୍ଷରେ ବୁଗୁଡା ଓ ଗଞ୍ଜାମ ବ୍ଲକ୍ରୁ ମଙ୍ଗଳବାର ଜଣେ ବି ପଜିଟିଭ୍ ବାହାରି ନାହାନ୍ତି ।
କେଉଁ ସ୍ଥାନରୁ କେତେ ସଂକ୍ରମିତ
ସ୍ଥାନ ଆକ୍ଟିଭ୍ କଣ୍ଟାକ୍ଟ ଯୋଦ୍ଧା
ବ୍ରହ୍ମପୁର ୬୪ ୩
ପାତ୍ରପୁର ୨୧ ୦
ସାନଖେମୁଣ୍ଡି ୧୨ ୦
ସୋରଡା ୯ ୨
ଚିକିଟି ୧୦ ୦
ରଙ୍ଗେଇଲୁଣ୍ଡା ୯ ୧
କୁକୁଡାଖଣ୍ଡି ୧୦ ୦
ଭଞ୍ଜନଗର ୮ ୨
ବେଲଗୁଣ୍ଠା ୬ ୨
ହିଞ୍ଜିଳିକାଟୁ ୬ ୨
ଦିଗପହଣ୍ଡି ୭ ୦
ବେଗୁନିଆପଡା ୦ ୧, ପ୍ରବାସୀ ୪
ଛତ୍ରପୁର ୪ ୨
ଖଲିକୋଟ ୪ ୦
ଆସିକା ୩ ୦
ଜଗନ୍ନାଥପ୍ରସାଦ ୨ ୦
କବିସୂର୍ଯ୍ୟନଗର ୨ ୦
ପୁରୁଷୋତ୍ତମପୁର ୨ ୦
ଧରାକୋଟ ୧ ୦
ପୋଲସରା ୧ ୦
ଶେରଗଡ ୧ ୦


Comments are closed, but trackbacks and pingbacks are open.