ପଟ୍ଟାମୁଣ୍ଡାଇ: ଆସନ୍ତା ୧୯ତାରିଖଠାରୁ ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟକୁ ପର୍ୟ୍ୟଟକମାନେ ଦିନ ବେଳା ବୁଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।
କିନ୍ତୁ ଏହି ସମୟରେ ଉଭୟ ପର୍ୟ୍ୟଟକ, ବନ କର୍ମଚାରୀ, ବୋଟ ଚାଳକମାନେ କୋଭିଡ୍ କଟକଣା ମାନିବା ସହିତ ଜାତୀୟ ଉଦ୍ୟାନର ସୁରକ୍ଷା ପ୍ରତି ଯତ୍ନ ଦେବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସରକାର ।
ତେବେ ଦୀର୍ଘ ୭ ମାସ ପରେ ବନ୍ଦ ଥିବା ଭିତରକନିକାରେ ଗତ ୧ ତାରିଖଠାରୁ ମାତ୍ର ୩୬ ଜଣ ପର୍ୟ୍ୟଟକ ଏବଂ ରାତ୍ରୀ ଯାପନ କରିବାକୁ ଆସୁଥିବା ପର୍ୟ୍ୟଟକମାନେ ବୁଲିପାରିବେ ବୋଲି ନିର୍ଦ୍ଦେଶ ଜାରି କରାଯାଇଥିଲା । ଯାହା ଦ୍ବାରା ଦିନ ବେଳା ଆସିବାକୁ ଚାହୁଁଥିବା ପର୍ୟ୍ୟଟକମାନେ ନିରାଶ ହୋଇଥିଲେ ।
ତେବେ ଆସନ୍ତା ୧୯ତାରିଖରେ ଏହି ନିୟମ ପରିବର୍ତ୍ତନ କରାଯିବା ସହିତ ସର୍ବାଧିର ୫ଶହ ଯାତ୍ରୀ ପ୍ରବେଶ କରିପାରିବେ ବୋଲି ଆଉ ଥରେ ନିର୍ଦ୍ଦେଶ ଦେଇଛନ୍ତି ସରକାର ।
Comments are closed, but trackbacks and pingbacks are open.