୧.୩୦ କୋଟି ଟଙ୍କାର ବ୍ରାଉନ୍ସୁଗର ଜବତ, ଛାତ୍ର ଗିରଫ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ୍): ରାଜ୍ୟ ଅବକାରୀ ବିଭାଗର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍ଟିଏଫ୍)ର ଏକ ଟିମ୍ ସୋମବାର ବିଳମ୍ବିତ ରାତି୍ରରେ ବାଲେଶ୍ୱର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରିଥିଲା । ସହରର ମାଛୁଆସାହି ଅଞ୍ଚଳରେ ଚଢ଼ଉ କରି ୧ କିଗ୍ରା ୩୨୫ ଗ୍ରାମ ବ୍ରାଉନସୁଗର ଜବତ କରିଛି ଟିମ୍ । ଜବତ ବ୍ରାଉନ୍ସୁଗର ମୂଲ୍ୟ ୧.୩୦ କୋଟିରୁ ଊଦ୍ଧ୍ୱର୍ ଟଙ୍କା ହେବ । ତେବେ ଏଥିରେ ସଂପୃକ୍ତ ଥିବା ଅଭିଯୋଗରେ ସେହି ଅଞ୍ଚଳର ଜଣେ ଛାତ୍ରକୁ ଗିରଫ କରାଯାଇଛି । ଗିରଫ ଛାତ୍ର ଜଣକ ହେଉଛି ଏସ୍. କେ. ରିଆଜୁଦ୍ଧିନ(୨୩) ।
ବ୍ରାଉନ୍ସୁଗର ବ୍ୟବସାୟୀଙ୍କ ସହିତ ଲିଙ୍କ୍ ରଖିବା ଅଭିଯୋଗରେ ଜଳେଶ୍ୱର ଥାନା ଆଇଆଇସି ଧନେଶ୍ୱର ସାହୁ ନିଲମ୍ବିତ ହେବାର ପରେ ବାଲେଶ୍ୱର ସହର ଏବେ ଏସ୍ଟିଏଫ ଟାର୍ଗେଟ୍ରେ ରହିଛି । ବାଲେଶ୍ୱରରେ ବ୍ରାଉନ୍ସୁଗର କାରବାର ପୂର୍ବଭଳି ଚାଲୁଥିବା ବିଶେଷ ସୂତ୍ରରୁ ଖବର ପାଇବା ପରେ ସୋମବାର ରାତିରେ ଏସ୍ଟିଏଫର ଏକ ୬ଜଣିଆ ଟିମ୍ ଟାଉନ୍ ଥାନା ଅନ୍ତର୍ଗତ ବଙ୍କାଖଜୁରୀ ନିକଟସ୍ଥ ମଛୁଆ ସାହିରେ ଚଢ଼ଉ କରିଥିଲା । ଚଢ଼ଉ ବେଳେ ବ୍ରାଉନ୍ସୁଗର ସହ ରିଆଜୁଦ୍ଧିନକୁ ଗିରଫ କରିଥିଲା ।
ଏସ୍ଟିଏଫ ଟିମ ସୂଚନା ମୁତାବକ, ରିଆଜୁଦ୍ଧିନ ଭୁବନେଶ୍ୱରର ଏକ ଘରୋଇ କଲେଜରେ ୩ୟ ବର୍ଷର ଏମବିଏ ଛାତ୍ର । ବହିରେ ବ୍ରାଉନ୍ସୁଗର ପୂରାଇ ସେ ବ୍ୟବସାୟ କରୁଥିଲା । ଭୁବନେଶ୍ୱରେ ପଢ଼ିବା ଦିନରୁ ସତର୍କତାର ସହିତ ସେ ବ୍ରାଉନ୍ସୁଗର ବ୍ୟବସାୟ କରୁଥିଲା । ଅନେକ ଥର ଏସ୍ଟିଏଫ ଟିମ୍ ତାଙ୍କୁ ଟାର୍ଗେଟ୍ କରିଥିଲା । ମାତ୍ର ଛାତ୍ରର ପରିଚୟ ଦେଇ ଅତି ଚତୁରତା ସହିତ ବାରମ୍ବାର ଖସି ଯାଉଥିଲା । ଏନେଇ ରାଜ୍ୟ ଅବକାରୀ କାର୍ଯ୍ୟାଳୟ କେସ ନଂ. ୨୨/୨୦ ମୂଳେ ମାମଲା ରୁଜୁ ହୋଇଛି । ରିଆଜୁଦ୍ଧିନକୁ ରିମାଣ୍ଡରେ ଆଣିବା ପରେ ଅନେକ ତଥ୍ୟ ମିଳବ ବୋଲି ଆଶା କରାଯାଉଛି ।
ସୂଚନାଯୋଗ୍ୟ, ଏହି ଘଟଣା ସହ ଚଳିତବର୍ଷ ଏସ୍ଟିଏଫ ୨୧ ଥର ବାଲେଶ୍ୱରରେ ଚଢ଼ଉ କରି ମୋଟ୍ ୧୬ କିଗ୍ରା ୭୧୧ ଗ୍ରାମ ବ୍ରାଉନସୁଗର ଜବତ କରି ସାରିଲାଣି । ଏଥିରେ ସଂପୃକ୍ତ ଥିବା ଅଭିଯୋଗରେ ୪୧ ଜଣଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons