ଚିତ୍ରକୋଣ୍ଡା: ଯବାନମାନଙ୍କୁ ଟାର୍ଗେଟ୍ କରି ମାଓବାଦୀମାନେ ପୋତିଥିବା ୨ଟି ଟିଫିନ୍ ବୋମା ଉଦ୍ଧାର ପରେ ନିଷ୍କି୍ରୟ କରାଯାଇଛି । ଏଥିଯୋଗୁଁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯବାନ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ସ୍ୱାଭିମାନ ଅଞ୍ଚଳର ଜୋଡ଼ାମ୍ବ ଥାନା ନିକଟବର୍ତ୍ତୀ ଯାଜପାଲମ ଜଙ୍ଗଲକୁ କମ୍ବିଂ ଅପରେସନରେ ଯାଇଥିଲେ ବିଏସ୍ଏଫ୍ ଯବାନ । କେନ୍ଦୁଗୁଡ଼ା ଜଙ୍ଗଲ ରାସ୍ତାରେ ପହଞ୍ଚିବା ପରେ ହଠାତ୍ ସେମାନଙ୍କ ମେଟାଲ୍ ଡିଟେକ୍ଟର ସାଇରନ୍ ବାଜିଥିଲା । ଯବାନମାନେ ସତର୍କ ହୋଇ ରାସ୍ତାର ବିଭିନ୍ନ ସ୍ଥାନରେ ଖାନ୍ତଲାସୀ କରିବା ପରେ ରାସ୍ତା ମଝିରେ ତାର ଯାଇଥିବାର ଦେଖିବାକୁ ପାଇଥିଲେ । ସତର୍କତାର ସହିତ ରାସ୍ତା ଖୋଳି ମାଟିତଳୁ ଅଢେ଼ଇ କେଜି ଓଜନର ଦୁଇଟି ଟିଫିନ୍ ବୋମା ଉଦ୍ଧାର କରିଛନ୍ତି । ଉଦ୍ଧାର ବୋମାକୁ ନିଷ୍କ୍ରିୟକାରୀ ଦଳ ଦ୍ୱାରା ଡିଫୁ୍ୟଜ୍ କରାଯାଇଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.