
ନବରଙ୍ଗପୁର, (ଗଗନ ଗନ୍ତାୟତଙ୍କ ରିପୋର୍ଟ) : ନବରଙ୍ଗପୁର ପୁଲିସକୁ ମିଳିଛି ବଡ଼ ସଫଳତା ମିଳିଛି । ମାତ୍ର ୪ ଦିନରେ ଜୁଏଲାରୀ ଦୋକାନରୁ ରୂପା ଗହଣା ଚୋରି ଘଟଣାରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । କେବଳ ଗିରଫ ନୁହେଁ, ଜୁଏଲାରୀ ଦୋକାନରୁ ଚୋରି ସମସ୍ତ ରୂପା ଗହଣା ମଧ୍ୟ ଉଦ୍ଧାର କରି ନବରଙ୍ଗପୁର ପୁଲିସ୍ ରେକର୍ଡ କରିଛି । ଏନେଇ ନବରଙ୍ଗପୁର ଏସ୍ପି ପ୍ରହଲ୍ଲାଦ ସାହି ମୀନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଏହି ଘଟଣାରେ ୨ଜଣ ନାବାଳକ ସମେତ ୪ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ, ନବରଙ୍ଗପୁର ସହରର ଭାଟିଶାଳଗୁଡାର ୧୭ବର୍ଷ ନାବାଳକ ଓ ଲହରାସାହିର ୧୬ ବର୍ଷର ନାବାଳକ, ହିର୍ଲିଗାଁର ଡମୁଜାନୀ (୨୦) ଓ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ନୂଆଗୁଡାର ମୀନ ହରିଜନ (୨୫) । ସେମାନଙ୍କ ଠାରୁ ୪କେଜି ୨୫୦ ଗ୍ରାମ ଓଜନର ରୂପା ଗହଣା ଉଦ୍ଧାର କରାଯାଇଛି । ରୂପାଗହଣାର ଅନୁମାନିକ ମୂଲ୍ୟ ୨ଲକ୍ଷ ୮୦ ହଜାର ଟଙ୍କା ହେବ । ୨ଜଣ ନାବାଳଙ୍କୁ ଅଟକ ରଖାଯାଇଥିବା ବେଳେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସିସି ଫୁଟେଜ ଅଧାରରେ ଜଣେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପରେ ବଳକା ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ୍ ସଫଳ ହୋଇଥିଲା । ନବରଙ୍ଗପୁର ଏସ୍ପି ପ୍ରହଲ୍ଲାଦ ସାହି ମୀନାଙ୍କ ନିଦେ୍ର୍ଧଶରେ ନବରଙ୍ଗପୁର ଥାନା ଅଧିକାରୀଙ୍କ ତତ୍ୱାବଧାନରେ ସହକାରୀ ଥାନା ଅଧିକାରୀ ପ୍ରମିଳା ବିଡିକା, ଏସ୍ଆଇ ଅଭିମନୁ୍ୟ ଦୁର୍ଗା, ଏଏସ୍ଆଇ ହେମଲତା ମାଝୀ, ଏଏସ୍ଆଇ କ୍ଷୀରସିନ୍ଧୁ ସାହୁଙ୍କ ସମେତ ପୁଲିସ୍ ସ୍ୱତନ୍ତ୍ର ସ୍କ୍ୱାର୍ଡ ସାମିଲ ଥିଲେ ।


Comments are closed, but trackbacks and pingbacks are open.