୨୦୧୧-୧୭ ଅଭିବୃଦ୍ଧି ଅଙ୍କ ମନଗଢ଼ା

Get real time updates directly on you device, subscribe now.

ନୂଆଦିଲ୍ଲୀ:ବର୍ଷ ବର୍ଷ ଧରି ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ରର ମୁକୁଟ ପିନ୍ଧିଥିଲା ଭାରତ । କିନ୍ତୁ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ଦେଶର ପୂର୍ବତନ ମୁଖ୍ୟ ଆର୍ଥିକ ଉପଦେଷ୍ଟା ଅରବିନ୍ଦ ସୁବ୍ରମଣ୍ୟମ୍ । ତାଙ୍କ କହିବା ଅନୁସାରେ ୨୦୧୧-୧୨ରୁ ୨୦୧୬-୧୭ ମ୍ମରେ ଦେଶର ବାସ୍ତବ ଅଭିବୃଦ୍ଧିକୁ ବଢ଼ାଇ ଚଢ଼ାଇ ପ୍ରକାଶ କରାଯାଇଛି । ଏହି ସମୟରେ ବାର୍ଷିକ ହାରାହାରି ଅଭିବୃଦ୍ଧି ୭ % ନୁହେଁ ବରଂ ୪.୫ % ରହିଥିବା ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ପ୍ରକାଶିତ ନିଜ ଗବେଷଣା ରିପୋର୍ଟରେ ସେ କହିଛନ୍ତି ।
କଂଗ୍ରେସ ନେତୃତ୍ୱାଧୀନ ପୂର୍ବ ଉପା ସରକାର ୨୦୧୨ରେ ଜିଡିପି ମାପିବାର ପଦ୍ଧତି ବଦଳାଇବା ପରେ ମନମୁଖି ଭାବେ ବିକାଶ ହାର ହିସାବ ହେଉଥିବା ସେ କହିଛନ୍ତି । ନୂଆ ଢାଞ୍ଚାରେ ବିନିର୍ମାଣ କ୍ଷେତ୍ରର ବିକାଶ ହାରକୁ ମନମୁଖି ଭାବେ ବଢ଼ାଇ ଦିଆଯାଉଥିବା ସୁବ୍ରମଣ୍ୟମ୍ କହିଛନ୍ତି ।
ଏହା ଉପରେ ବର୍ତ୍ତମାନର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା କ୍ରିଷ୍ଣମୂର୍ତ୍ତି ସୁବ୍ରମଣ୍ୟମ୍ ଏବଂ ପରିସଂଖ୍ୟାନ ମନ୍ତ୍ରାଳୟର ପ୍ରତିକ୍ରିୟା ଲୋଡାଯାଇଥିଲା । କିନ୍ତୁ ତୁରନ୍ତ ପ୍ରତିକ୍ରିୟା ମିଳିପାରିନାହିଁ ।
ଦେଶର ଅର୍ଥନୈତିକ ପରିସଂଖ୍ୟାନକୁ ନେଇ ଆଲୋଚ୍ୟ ରିସର୍ଚ୍ଚ ପେପରରେ ସନ୍ଦେହ ପ୍ରକଟ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧୀନରେ ଭାରତର ଉଚ୍ଚ ଅଭିବୃଦ୍ଧିକୁ ନେଇ ଅନେକ ଅର୍ଥନୀତିଜ୍ଞ ପ୍ରଶ୍ନ ଉଠାଇଛନ୍ତି । ନିଯୁକ୍ତି ତଥ୍ୟକୁ ବିଳମ୍ବରେ ପ୍ରକାଶ କରିବା, ଏହି ତଥ୍ୟ ପ୍ରକାଶ ନ ପାଇବା ଯୋଗୁ ଦୁଇ ଜଣ ପ୍ରମୁଖ ପରିସଂଖ୍ୟାନ ଅଧିକାରୀଙ୍କ ଇସ୍ତଫା ଏବଂ ନିଯୁକ୍ତି ଅଙ୍କକୁ ବଦଳାଇବାରେ ରାଜନୈତିକ ହସ୍ତକ୍ଷେପ ରହୁଥିବା ବିଶ୍ୱର ୧୦୮ ଜଣ ଅର୍ଥନୀତିଜ୍ଞ ପ୍ରଶ୍ନ ଉଠାଇବା ପରେ ଉଚ୍ଚ ଅଭିବୃଦ୍ଧିକୁ ନେଇ ବିଶ୍ୱ ମହଲରେ ପ୍ରଶ୍ନ ଉଠିଛି । ଅଭିବୃଦ୍ଧିଠାରୁ ଆରମ୍ଭ କରି ଜିଡିପି ପର୍ଯ୍ୟନ୍ତ ଭାରତ ପ୍ରକୃତ ତଥ୍ୟ ପ୍ରକାଶ ନ କରି ଏହାକୁ ସଂଶୋଧିତ କରି ପ୍ରକାଶ କରୁଛି ବୋଲି ଚର୍ଚ୍ଚା ହେଉଛି । ଏଭଳି କ୍ଷେତ୍ରରେ ଭାରତ ପ୍ରତି ସୃଷ୍ଟି ହୋଇଥିବା ଏହି ଆଭିମୁଖ୍ୟକୁ ବଦଳାଇବା ଦରକାର ବୋଲି ସୁବ୍ରମଣ୍ୟମ୍ କହିଛନ୍ତି । ସ୍ୱାଧୀନ ଟାସ୍କ ଫୋର୍ସ ଜରିଆରେ ସମ୍ପୂଣ୍ଣ ର୍ ଜିଡିପି ଆକଳନ ଢାଞ୍ଚାକୁ ସଂଶୋଧିତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।
ତାଙ୍କ କହିବା ଅନୁସାରେ, ୨୦୧୧ରୁ ୨୦୧୭ ମଧ୍ୟରେ ବାସ୍ତବ ଅଭିବୃଦ୍ଧି ଯାହା ରହିଥିଲା ସେଥିରେ ପାଖାପାଖି ୨.୫ % ବଢ଼ାଇ ଦିଆଯାଇଛି । ୧୭ଟି ପ୍ରମୁଖ ଅର୍ଥନୈତିକ ମାପଦଣ୍ଡକୁ ବିଶ୍ଳେଷଣ କରି ଏହି ରିସର୍ଚ୍ଚ ପେପର ପ୍ରକାଶ କରାଯାଇଛି । ଜିଡିପି ଅଭିବୃଦ୍ଧି ସହ ଏହି ମାପଦଣ୍ଡ ଗୁଡିକ ସିଧାସଳଖ ଜଡିତ ।
ବିନିର୍ମାଣ ହେଉଛି ଏଭଳି ଏକ କ୍ଷେତ୍ର ଯେଉଁଠି ହିସାବ ଠିକ୍ ଭାବେ ହୋଇପାରୁନାହିଁ । ୨୦୧୧ ପୂର୍ବରୁ ଜିଡିପି ସହ ମିଶାଯାଉଥିବା ବିନିର୍ମାଣ ମୂଲ୍ୟ ଦେଶର ଶିଳ୍ପ ଉତ୍ପାଦନ ସୂଚୀ(ଆଇଆଇପି)ର ବିନିର୍ମାଣ ସୂଚକାଙ୍କ ସହ ସମାନ ରହୁଥିଲା । କିନ୍ତୁ ବର୍ତ୍ତମାନ ଏହା ସେଭଳି ନାହିଁ । ଏକ ତ୍ରୁଟିପୂଣ୍ଣ ର୍ ତଥା ଭାଙ୍ଗି ଯାଇଥିବା ସ୍ପିଡୋମିଟର ଦ୍ୱାରା ହିସାବ କରାଯାଉଥିବା ସୁବ୍ରମଣ୍ୟମ୍ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons