୨୦୧୩-୧୪ରୁ ୫ ବର୍ଷ ଯାଏ କମ୍ପାନିଙ୍କ ପାଇଁ ସବୁଠୁ ଖରାପ ଥିଲା

Get real time updates directly on you device, subscribe now.

ନୂଆଦିଲ୍ଲୀ: ସମ୍ପ୍ରତି ରିଅଲ୍ ଇଷ୍ଟେଟ୍, ଅଟୋମୋବାଇଲ୍ ଓ ଏନ୍ବିଏଫ୍ସି ଭଳି ଅନେକ କ୍ଷେତ୍ରରେ ମାନ୍ଦାବସ୍ଥା ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ସରକାର ପୁନରୁଦ୍ଧାର ପ୍ୟାକେଜ୍ ଘୋଷଣା କରିଛନ୍ତି । କିନ୍ତୁ ଏକ ତଥ୍ୟ ଦର୍ଶାଇଛି ଯେ ପ୍ରକୃତରେ ୨୦୧୩-୧୪ରୁ ୫ ବର୍ଷ ପର୍ଯ୍ୟନ୍ତ ଭାରତୀୟ କମ୍ପାନିଙ୍କ ପାଇଁ ସବୁଠୁ ଖରାପ ଦିନ ଥିଲା । ୨୦୧୭-୧୮ ପର୍ଯ୍ୟନ୍ତ ଏହି ଦୁଃସମୟ ରହିଥିଲା । ଉଭୟ ସରକାରୀ ଏବଂ ଘରୋଇ ସଂସ୍ଥାଗୁଡ଼ିକ ଏହାର ସମ୍ମୁଖୀନ ହୋଇଥିଲେ ।ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମିରୁ ହାସଲ କରାଯାଇଥିବା ତଥ୍ୟ ମୁତାବକ ୨୦୧୭-୧୮ ପର୍ଯ୍ୟନ୍ତ ଶେଷ ହୋଇଥିବା ୫ ବର୍ଷରେ କମ୍ପାନିଗୁଡ଼ିକର ବିକ୍ରି ରାଜସ୍ୱ ମାତ୍ର ୬ଧ ରହିଥିଲା, ଯାହା କି ପୂର୍ବ ୫ ବର୍ଷଗୁଡ଼ିକ ତୁଳନାରେ ସବୁଠୁ କମ୍ । ୧୯୯୩-୯୪ ପରଠାରୁ ଏହା ସର୍ବନିମ୍ନ ବୋଲି ଜଣାପଡ଼ିଛି ।୨୦୦୨-୦୩ ଏବଂ ୨୦୦୭-୦୮ ମଧ୍ୟରେ କର୍ପୋରେଟ୍ ବିକ୍ରି ହାରାହାରି ୨୧.୨ଧ ଅଭିବୃଦ୍ଧି ଦେଖିଥିଲା, ଯାହା କି ସର୍ବାଧିକ । ସଦ୍ୟ ୫ ବର୍ଷରେ ଘରୋଇ କମ୍ପାନିଗୁଡ଼ିକର ବିକ୍ରି ରାଜସ୍ୱ ୬.୫% ରହିଥିଲା ବେଳେ ରାଷ୍ଟ୍ରାୟତ୍ତ କମ୍ପାନିଙ୍କ ରାଜସ୍ୱ ୨.୬% ଥିଲା । ଅନ୍ୟପକ୍ଷରେ ବିଦେଶୀ କମ୍ପାନିଗୁଡ଼ିକର ବିକ୍ରି ରାଜସ୍ୱ ୧୩.୬% ରହିଥିଲା । ୨୦୧୭-୧୮ରେ ଶେଷ ହୋଇଥିବା ୫ ବର୍ଷରେ କମ୍ପାନିଗୁଡ଼ିକର ଟିକସ ପରବର୍ତ୍ତୀ ଲାଭ ପ୍ରତି ବର୍ଷ ହାରାହାରି ୪.୭%ଲେଖାଏଁ ରହିଥିଲା । ୨୦୦୭-୦୮ ଏବଂ ୨୦୧୨-୧୩ ମଧ୍ୟରେ ଏହା ୧.୧% ଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons