୨୦ ଦିନରେ ଜ୍ୱରରେ ୧୬ ମଲେଣି

Get real time updates directly on you device, subscribe now.

ରଙ୍ଗେଇଲୁଣ୍ଡା, (ବି.ବି.ନୁ୍ୟଜ): ସଟ୍ଡାଉନ୍ ଓ ଲକ୍ଡାଉନ୍ରେ ଅମାନିଆଙ୍କୁ ସାବାଡ୍ କରିବା ପାଇଁ କନିଷି ତହସିଲଦାର ତାପସ କୁମାର ରାଉତ, ଗୋଳନ୍ଥରା ଥନାଧିକାରୀ ଚଢଉ ଓ ଯାଞ୍ଚ ଜାରି ରଖିଛନ୍ତି । କନିସି, ରଣ୍ଢା ବଜାରରେ ପ୍ରାୟ ସମସ୍ତ ଦୋକାନ ଖୋଲିବା ସହ ଗହଳି ହେଉଛି, ସାମାଜିକ ଦୂରତା ରହୁ ନଥିବା ଅଭିଯୋଗ ପାଇ ତହସିଲଦାର ବୁଧବାର ଚଢଉ କରି ରଣ୍ଢାର ଗୋଟିଏ ଲୁଗା ଦୋକାନ, କନିସି ହାଟର ଗୋଟିଏ ମିଠା ଦୋକାନ ସିଲ୍ କରିଛନ୍ତି । ସେହିପରି ବିଶ୍ୱନାଥପୁର ପଞ୍ଚାୟତ ବାହାଦୂରପେଟା ଗାଁରେ ଗୋଟିଏ ବାହାଘର ଭୋଜିକୁ ବନ୍ଦ କରାଯାଇଥିଲା । ଆୟୋଜକଙ୍କ ଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରିଥିଲା ପ୍ରଶାସନ ।
ପ୍ରଶାସନ ଓ ପୁଲିସ ଯେତେ ବାଟ ଓଗାଳିଲେ ମଧ୍ୟ ଅମାନିଆ ବାଇକ୍ ଯୋଗେ ବଜାର, ଛକ ଜାଗାକୁ ଆସି ଅଯଥାରେ ଗହଳି କରୁଥିବା ଦେଖିବାକୁ ମିଳୁଛି । ମଙ୍ଗଳବାର ସନ୍ଧ୍ୟାରୁ ବୁଧବାର ସକାଳ ମଧ୍ୟରେ ବିଶ୍ୱନାଥପୁର ପଞ୍ଚାୟତରେ ୫ ଜଣଙ୍କ ଜ୍ୱରରେ ମୃତୁ୍ୟ ଘଟିଥିବା ସୂଚନା ଦେଇଛନ୍ତି ଗ୍ରାମବାସୀ । ପଞ୍ଚାୟତରେ ଗତ ୨୦ ଦିନରେ ଜ୍ୱରରେ ୯ ମହିଳା, ୭ ପୁରୁଷଙ୍କ ବିଭିନ୍ନ ଡାକ୍ତରଖାନା ଓ ଘରେ ଜୀବନ ଗଲାଣି ବୋଲି କହିଛନ୍ତି ସରପଞ୍ଚ ବାସନ୍ତୀ ଦାସ । କହିଛନ୍ତି । ମେଡିକାଲ୍ ଟିମ୍ ଆସି ଘରକୁ ଘର ଯାଞ୍ଚ ସ୍ୱାସ୍ଥ୍ୟ ଯାଞ୍ଚ ସହ ଚିକିତ୍ସା ଯୋଗାଇ ଦେବା ପାଇଁ ରଙ୍ଗେଇଲୁଣ୍ଡା ବିଡିଓ ପ୍ରସନ୍ନ କୁମାର ପାତ୍ରଙ୍କୁ ସୂଚନା ଦିଆଯାଇଥିବା ସରପଞ୍ଚ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons