୨୦ ଲକ୍ଷର ଗଞ୍ଜେଇ ଜବତ

Get real time updates directly on you device, subscribe now.

ଲମତାପୁଟ: ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ବେଳେ ମାଛକୁଣ୍ଡ ପୁଲିସ ହାତରେ ୨୦ଲକ୍ଷ ଟଙ୍କା ଗଞ୍ଜେଇ ଧରାପଡିଛି । ସ୍ଥାନୀୟ କଣ୍ଟା ଗାଁ ଜଙ୍ଗଲରେ ମାଫିଆମାନେ ବସ୍ତାରେ ଗଞ୍ଜେଇ ଭର୍ତ୍ତି କରୁଥିବା ବେଳେ ପୁଲିସ ଚଢଉ କରିଥିଲା । ପୁଲିସକୁ ଦେଖି ମାଫିଆମାନେ ଫେରାର୍ ହୋଇଯାଇଥିଲେ । ଏକ ବିଶେଷ ସୂତ୍ରରୁ ଖବର ପାଇ ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ରଙ୍କ ନେତୃତ୍ୱରେ ମାଛକୁଣ୍ଡ ଥାନା ଅଧିକାରୀ ପ୍ରଫୁଲ୍ଲ ଲାକ୍ରା, ସେକେଣ୍ଡ ଅଫିସର ଡମ୍ବରୁ ବାତ୍ରିଆ ପ୍ରମୁଖ କର୍ମଚାରୀଙ୍କୁ ଧରି କଣ୍ଟା ଗାଁର ଜଙ୍ଗଲରେ ଚଢଉ କରିଥିଲେ । ପୁଲିସ ଆସିବା ଦେଖି ମାଫିଆମାନେ ଗଞ୍ଜେଇ ଛାଡିଦେଇ ସେଠାରୁ ଚମ୍ପଟ ମାରିଥିଲେ । ଘଟଣାସ୍ଥଳରୁ ୨କୁଇଣ୍ଟାଲ ଗଞ୍ଜେଇ ପୁଲିସ ଜବତ କରିଥିଲା । ଥାନା କେସ ନମ୍ବର ୫୦/୨୧ରେ ଏକ ମାମାଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ଶ୍ରୀ ଲାକ୍ରା କହିଛନ୍ତି ।

ରିପୋର୍ଟ : ସତ୍ୟ ନାରାୟଣ ସାହୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons