
ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଜୁଲାଇ ୨୧ ତାରିଖରୁ ସ୍ୱତନ୍ତ୍ର ଓଜେଇଇ(ସ୍ପେଶାଲ୍ ଓଜେଇଇ) ପରୀକ୍ଷା ଅନୁଷ୍ଠିତ ହେବ । ବିଟେକ୍, ଲାଟେରାଲ୍ ଏଣ୍ଟ୍ରି ଏମ୍ବିଏ, ଏମ୍ସିଏ ଏବଂ ଲାଟେରାଲ ଏଣ୍ଟ୍ରି ଏମ୍ସିଏ, ଏମ୍.ଫାର୍ମ, ବି. ଫାର୍ମ, ବିଏସ୍ସି ପାଠ୍ୟକ୍ରମ ପାଇଁ ଏହି ପରୀକ୍ଷା ହେବ । ଏଥିପାଇଁ ଆଜିଠାରୁ ଆବେଦନ ଆରମ୍ଭ ହୋଇଛି । ଛାତ୍ରଛାତ୍ରୀମାନେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଓଜେଇଇ ଭଳି ଏହି ପରୀକ୍ଷା ସମାନ ଢ଼ାଞ୍ଚାରେ ହେବ । ଜୁଲାଇ ୨୧ ତାରିଖ ଦିନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ପରୀକ୍ଷା ହେବ । ଏହା ପୂର୍ବରୁ ଜୁଲାଇ ୧୮ ତାରିଖରେ ଛାତ୍ରଛାତ୍ରୀମାନେ ଆଡମିଟ୍ କାର୍ଡ଼ ଡାଉନଲୋଡ୍ କରିପାରିବେ । ୨୫ରେ ପରୀକ୍ଷା ଫଳ ବାହାରିବ । ଯେଉଁ ଛାତ୍ରଛାତ୍ରୀ ଓଜେଇଇରେ ର୍ୟାଙ୍କ ପାଇଛନ୍ତି ସେମାନେ ଏହି ପରୀକ୍ଷା ଦେବା ଆବଶ୍ୟକ ନୁହେଁ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି । ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଓଜେଇଇରେ ୩୯, ୫୭୬ ଜଣ ଛାତ୍ରଛାତ୍ରୀ ର୍ୟାଙ୍କ ପାଇଥିଲେ । ହେଲେ କାଉନ୍ସେଲିଂ ପରେ ସବୁ ସିଟ୍ ପୂରଣ ହୋଇପାରି ନାହିଁ । ଏଥିପାଇଁ ସ୍ୱତନ୍ତ୍ର ଓଜେଇଇ କରିବାକୁ ନିଷ୍ପତ୍ତି ନିଆଯାଇଛି ।
Comments are closed, but trackbacks and pingbacks are open.